କ୍ଷୀରସର କେକ୍‌

0

ସାମଗ୍ରୀ- ମଇଦା-୨୫୦ଗ୍ରାମ, ବେକିଂ ପାଉଡର-୨ଚାମଚ, କ୍ଷୀର ସର-୨କପ, ଅଣ୍ଡା-୨ଟି, ଚିନିଗୁଣ୍ଡ-୧୦୦ଗ୍ରାମ, ଲୁଣ ସ୍ୱାଦ ଅନୁସାରେ, କାଜୁ-୫୦ଗ୍ରାମ ।
ପ୍ରଣାଳୀ-ପ୍ରଥମେ ମଇଦା, ବେକିଂ ପାଉଡର ମିଶାଇ ଭଲଭାବେ ଚଲାଇଦେବେ । ଅଣ୍ଡାକୁ ଭଲଭାବେ ଫେଣ୍ଟି ଗୋଳାଇ ଦେବେ । ଅଣ୍ଡା ଘୋଳ ସହ କ୍ଷୀରସର ଓ ଚିନି ମିଶାଇ ଭଲଭାବେ ଫେଣ୍ଟିଦେବେ । ଅଣ୍ଡା ମିଶ୍ରଣରେ ଚଲାଯାଇଥିବା ମଇଦା ମିଶାଇ ଭଲଭାବେ ଗୋଳାଇଦେବେ ଚାମଚ ସାହାଯ୍ୟରେ । ଓଭାନର ବେକିଂ ପ୍ୟାନରେ ସାମାନ୍ୟ ବଟର ବା ତେଲ ଦେଇ ମିଶ୍ରଣକୁ ସେଥିରେ ଢାଳିଦେବେ ଓ ମିଶ୍ରଣ ଉପରେ କାଜୁଗୁଡିକୁ ବିଛାଇଲାଭଳି ସଜାଇଦେବେ । ୩୦ ମିନଟ ପରେ ଓଭାନରୁ ବେକିଂ ପ୍ୟାନକୁ କାଢି ଦେବେ । ଥଣ୍ଡା ହେବାପରେ ଏକ ପାତ୍ରକୁ କାଢିଦେବେ । ଏବେ ପ୍ରସ୍ତୁତ ହୋଇଗଲା ଆପଣଙ୍କ କ୍ଷୀରସର କେକ୍‌ ।

Leave A Reply

Your email address will not be published.