ଖଡାମୂଳ ଚୁନା ମାଛ ରାଇ

0

ସାମଗ୍ରୀ- ଖଡା ଶାଗ ମୂଳା କଟା(୧ ଇଞ୍ଚ୍‌)- ୧ କପ୍‌ , ଜହ୍ନି କଟା- ଅଧା କପ୍‌ , ବାଇଗଣ କଟା ଅଧା କପ୍‌, କଦଳୀ କଟା- ଅଧା କପ୍‌, ଆଳୁ କଟା – ଅଧା କପ୍‌, ସାରୁ କଟା- ଅଧା କପ୍‌, ସୁଖିଲା ଲଙ୍କା- ୨ଟି , ଫୁଟଣ- ୧ ଚାମଚ, ସୋରିଷ ତେଲ- ୧ ଚାମଚ, ସୋରିଷ,ରସୁଣ,ଜିରା ବଟା- ୧ ଚାମଚ, ଲୁଣ- ସ୍ୱାଦ ଅନୁସାରେ , ହଳଦୀ ଗୁଣ୍ଡ- ୧/୪ ଚାମଚ, ଭଜା ଚୁନା ମାଛ- ୧ କପ ।
ପ୍ରଣାଳୀ-
– କରେଇରେ ତେଲ ଗରମ କରି ଲଙ୍କା ଫୁଟଣ ଫୁଟାଇ ସାରୁ ଓ ଖଡା ପକାଇ ୨-୩ ମିନିଟ ଭାଜନ୍ତୁ ।
– ତା’ ପରେ ଅନ୍ୟ ପରିବା ଦେଇ ଲୁଣ, ହଳଦୀ ଓ ବଟା ମସଲା ପକାଇ ଗୋଳାଇ ଦିଅନ୍ତୁଏବଂ ଏହାକୁ ଘୋଡାଇ ସିଝାନ୍ତୁ ।
– ସିଝିଗଲେ ଅଳ୍ପ ଟିକେ ପାଣି ଦେଇ ମାଛ ଭଜା ପକାନ୍ତୁୁ ।
– ଝୋଳ ଫୁଟି ଆସିଲେ ଢାଙ୍କୁଣୀ କାଢି ଦିଅନ୍ତୁୁ ।
– ଝୋଳ ବହଳିଆ ହୋଇଆସିଲେ ଆଞ୍ଚ ବନ୍ଦ କରିଦିଅନ୍ତୁ ।
– ଏଥିରେ ମହକ ବା ଆସ୍‌ୱାଦ ଆଣିବା ପାଇଁ ଗୋଟିଏ ତେନ୍ତୁଳି ବା କଟା ଲେମ୍ବୁ ପକାଇ ପାରନ୍ତି ।

Leave A Reply

Your email address will not be published.