ଖାଆନ୍ତୁ ଦହି କଲରା

0

ସାମଗ୍ରୀ- କଲରା-୨୫୦ଗ୍ରାମ, ଦହି-୨୦୦ଗ୍ରାମ, ପିଆଜ-୨ଟି, ଲଙ୍କା ଗୁଣ୍ଡ-୧ ଚାମଚ, ହଳଦୀ ଗୁଣ୍ଡ-୧/୨ଚାମଚ, ଧନିଆ ଗୁଣ୍ଡ-୧ଚାମଚ, ଗୋଲମରିଚ-୭ରୁ୮ଟି, ଡାଲଚିନି-୨ଖଣ୍ଡ, ଗରମ ମସଲା-୧/୨ଚାମଚ, ଅଦା ରସୁଣ ବଟା-୨ଚାମଚ, ସ୍ୱାଦ ଅନୁସାରେ ଲୁଣ ।
ପ୍ରଣାଳୀ-କଲରାଗୁଡିକୁ ଭଲଭାବେ ଧୋଇ ତା’ର ଚୋପା ଛଡାଇ ରଖିଦେବେ । କଳରାକୁ ଦୁଇ ସମାନ ଫାଳ କରି କାଟି ସେଥିରେ ଲୁଣ ଲଗାଇ ରଖିଦେବେ । କରେଇରେ ତେଲ ଗରମ କରି ସେଥିରେ କଲରାଗୁଡିକୁ ଭଲଭାବେ ଭାଜିଦେବେ । କଲରା ଭାଜି ହୋଇଗଲେ ତାକୁ ଅନ୍ୟପାତ୍ରକୁ କାଢି ରଖିଦେବେ ଏହାପରେ କରେଇରେ ପୁଣି ତେଲ ଗରମ କରି ସେଥିରେ ପିଆଜ ଭାଜି ମସଲା ସବୁକୁ ଭଲଭାବେ କଷିଦେଇ କଷା ମସଲାରେ ହଦି ମିଶାଇ ସେଥିରେ କିଛି ଲୁଣ ଓ ପାଣି ମିଶାଇ ଦେବେ । ଭଜା କଲରାଗୁଡିକୁ ଦହିରେ ମିଶାଇ ହାଲୁକା ଜାଳରେ ୫ମିନିଟ ଦହିକୁ ଫୁଟିବାକୁ ଦିଅ;ୁ । ଏହାପରେ ପ୍ରସ୍ତୁତ ହୋଇଯିବ ଆପଣଙ୍କର କଲରା ଦହି ।

Leave A Reply

Your email address will not be published.