ଗର୍ଭବତୀଙ୍କୁ ଏହି ପ୍ରସାଧାନ ମନା

0

ଗର୍ଭବତୀ ମହିଳାଙ୍କୁ ପ୍ରସାଧାନ ସାମଗ୍ରୀ ବ୍ୟବହାର କରୁଥିବାବେଳେ ସାବଧାନତା ଅବଲମ୍ବନ କରିବା ନିହାତି ଆବଶ୍ୟକ । ତେବେ କିଛି ଏପରି ପ୍ରସାଧାନ ସାମଗ୍ରୀ ରହିଛି ଯାହାକୁ ଗର୍ଭବତୀ ମହିଳା ବ୍ୟବହାର କରିବା ଦ୍ୱାରା ମା ସହ ଗର୍ଭରେ ଥିବା ଶିଶୁର ମଧ୍ୟ କ୍ଷତି ହୋଇଥାଏ ।
* ସାମ୍ପୁ: ଗର୍ଭବତୀ ମହିଳାମାନେ ସାମ୍ପୁର ବ୍ୟବହାର କମ୍‌ କରିବା ଆବଶ୍ୟକ କାରଣ ସାମ୍ପୁରେ ବହୁ ମାତ୍ରାରେ କୃତିମ ସୁଗନ୍ଧ ବ୍ୟବହାର କରାଯାଏ । ଏହାଦ୍ୱାରା ତ୍ୱଚା କଳା ପଡିବା ସହ ମୁଣ୍ଡ ବିନ୍ଧା ସମସ୍ୟା ମଧ୍ୟ ଦେଖାଦେଇଥାଏ ।
* ଲିପ୍‌ଷ୍ଟିକ୍‌: ଅଧିକାଂଶ ସମୟରେ ଡାକ୍ତରମାନେ ଗର୍ଭବତୀ ମହିଳାଙ୍କୁ ଲିପ୍‌ଷ୍ଟିକ୍‌ ବ୍ୟବହାର ପାଇଁ ମନା କରିଥାନ୍ତି । କାରଣ ଲିପ୍‌ଷ୍ଟିକ୍‌ରେ ଥିବା ଲେଡ୍‌ ଖାଦ୍ୟ ଖାଇବା ସମୟରେ ପାଟି ଭିତରକୁ ଯାଇ ମା ଗର୍ଭରେ ଥିବା ଶିଶୁର କ୍ଷତି ଘଟାଇଥାଏ ।
* ପରଫୁ୍ୟମ୍‌: ସାଧାରଣ ଲୋକମାନେ ନିତିଦିନ ଡିଓ କିମ୍ବା ପରଫୁ୍ୟମ ବ୍ୟବହାର କରିଥାନ୍ତି । କିନ୍ତୁ ଏଥିରେ ବହୁ କେମିକଲ୍‌ ମିଶାଯାଇଥାଏ ଯାହାଦ୍ୱାରା ଗର୍ଭବତୀ ମହିଳା ଏହାକୁ ବ୍ୟବହାର କରିବା ଦ୍ୱାରା ମା ଓ ଗର୍ଭରେ ଥିବା ଶିଶୁ ଶରୀର ପ୍ରତି ଏହା କ୍ଷତିକାରକ ସାବ୍ୟସ୍ତ ହୋଇଥାଏ ।

Leave A Reply

Your email address will not be published.