ଗୋଟିଏ ବର୍‌ଗର ପାଇଁ ୩୦ ସେକେଣ୍ଡ୍‌

0

ରୋବର୍ଟ ଦ୍ୱାରା ମଣିଷ ଅନେକ କିଛି କାମ କରିପାରୁଛି ଯାହା ଫଳରେ ମଣିଷ ଅପେକ୍ଷା ଏବେ ରୋବର୍ଟ ମଣିଷର ଭଲ ସାଥି ବା ସହାୟକ ପାଲଟି ଯାଇଛି । କେବେ ଆପଣ ଶଣିଛନ୍ତି କି ରେଷ୍ଟୁରାଣ୍ଟରେ କୌଣସି ରୋବର୍ଟ ଖାଦ୍ୟ ପ୍ରସ୍ତୁତି କରିବାର! ତେବେ ଏହି ରୋବର୍ଟ ଆମେରୀକା ସ୍ଥିତ ଫ୍ରାନ୍ସିସ୍‌କୋର ଏକ ରେଷ୍ଟୁରାଣ୍ଟରେ ସେଫ୍‌ ଭାବେ କାମ କରୁଛି । ଏହି ସେଫ୍‌ ରୋବର୍ଟ ବିଶ୍ୱର ପ୍ରଥମ ସ୍ୱୟଂଚାଳିତ ରୋବର୍ଟ । ତେବେ ଏହି ସେଫ୍‌ ରୋବର୍ଟର ବିଶିଷ୍ଠତା ହେଉଛି ଏହା ଏକାଥରକେ ଅନେକ ଗୁଡ଼ିଏ ବର୍ଗର୍‌ ପ୍ରସ୍ତୁତ କରିପାରୁଛି । ସେଫ୍‌ ରୋବର୍ଟ ଟମାଟୋ, ପିଆଜ ଓ ପନିରକୁ ସମାନ ମାପରେ କାଟି ପାରୁଛି । ମାଂସ ଟିMି ଗୁଡିକୁ ଭଲଭାବେ ଭାଜି ପାରୁଛି ଓ ବିନା କାହା ସାହାଯ୍ୟରେ ସେ ଠିକ୍‌ ସମୟରେ ଅର୍ଡର କରାଯାଇଥିବା ବର୍‌ଗର ପ୍ରସ୍ତୁତ କରି ପାରୁଛି । ଏକ ଘଣ୍‌ଟାରେ ୧୨୦ ଟି ବର୍‌ଗର ପ୍ରସ୍ତୁତ କରି ପାରୁଛି ଏହି କ୍ରିଏଟର ରୋବର୍ଟ । ଏହି ରୋବର୍ଟରେ ଲାଗିଛି ୩୫୦ଟି ସେନ୍ସର ଓ ଏହା ୨୦ଟି କମ୍ପୁ୍ୟଟରର ସାହାଯ୍ୟରେ କାର୍ଯ୍ୟକାରୀ ହୋଇପାରୁଛି । ତବେ କ୍ରିଏଟର ଦ୍ୱାରା ପ୍ରସ୍ତୁତ ଏହି ବର୍‌ଗର୍‌ ୬ ଡଲାର ମୂଲ୍ୟରେ ବିକ୍ରି କରାଯାଉଛି ।

Leave A Reply

Your email address will not be published.