ଘାଟିରେ ମିନିଟ୍ରକ୍ ଓଲଟି ୧୦ମୃତ୍ୟୁ : ଅନୁକମ୍ପା ରାଶି ଘୋଷଣା କଲେ ମୁଖ୍ୟମନ୍ତ୍ରୀ

0

ଭୁବନେଶ୍ୱର,୨୨/୧: କନ୍ଧମାଳ ଜିଲ୍ଲା ବ୍ରାହ୍ମଣୀଗାଁର ବଙ୍ଗଡ଼ଦୁଆ ଘାଟିରେ ମିନିଟ୍ରକ୍ ଓଲଟି ଘଟଣାରେ ମୃତ୍ୟୁ ସଂଖ୍ୟା ୧୦କୁ ବୃଦ୍ଧି ହୋଇଛି । ଦୁର୍ଘଟଣା ସ୍ଥଳରେ ୬ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ବ୍ରହ୍ମପୁର ବଡ ମେଡିକାଲରେ ଚିକିତ୍ସିତି ହେବା ସମୟରେ ଆଉ ୪ ଜଣଙ୍କ ମୃତ୍ୟୁ ହୋଇଛି । ମୃତକଙ୍କ ପାଇଁ ଦୁଃଖ ପ୍ରକାଶ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏହା ସହ ମୃତଙ୍କ ପରିବାର ପାଇଁ ଅନୁକମ୍ପା ରାଶି ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ । ମୃତକଙ୍କ ପରିବାର ପାଇଁ ୨ ଲକ୍ଷ ଟଙ୍କାର ଅନୁକମ୍ପା ରାଶି ଘୋଷଣା କରିବା ସହ ଆହତଙ୍କୁ ମାଗଣା ଚିକିତ୍ସା ଯୋଗାଇବାକୁ ନିର୍ଦ୍ଦେଶ ଦେଇଛନ୍ତି ।

ସୂଚନାଯୋଗ୍ୟ ଯେ, କନ୍ଧମାଳ ଜିଲ୍ଲା ବ୍ରାହ୍ମଣୀଗାଁର ବଙ୍ଗଡ଼ଦୁଆ ଘାଟିରେ ମଙ୍ଗଳବାର ଦିନ ପ୍ରାୟ ୧୧ଟା ବେଳେ ୪୦ ଜଣଙ୍କୁ ନେଇ ଯାଉଥିବା ମିନି ଟ୍ରକ୍ ଟି ଘାଟି ତଳକୁ ଓଲଟି ପଡିଥିଲା । ଦୁର୍ଘଟଣାଗ୍ରସ୍ତଙ୍କ ମଧ୍ୟରୁ ଘଟଣା ସ୍ଥଳରେ ୬ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୩୦ରୁ ଅଧିକ ଆହତ ହୋଇଥଲେ । ମୃତାହତମାନେ କଳିଙ୍ଗି, ତାରଜେଙ୍ଗି ଓ ଗଦାପୁର ଗାଁର ହୋଇଥିବା ବେଳେ ସେମାନେ ବ୍ରାହ୍ମଣୀଗାଁର ଏକ ଚର୍ଚ୍ଚରେ ଆୟୋଜିତ କାର୍ଯ୍ୟକ୍ରମରେ ଯୋଗ ଦେବାକୁ ଯାଉଥିଲେ । ଅତୀତରେ ମଧ୍ୟ ମାଲବୁହା ଗାଡିରେ ଲୋକମାନେ ଯାତ୍ରା କରି ଦୁର୍ଘଟଣାର ଶୀକାର ହୋଇଥିବାର ଘଟଣା ସାମ୍ନାକୁ ଆସିଛି ।

Leave A Reply

Your email address will not be published.