ପ୍ରସ୍ତୁତି ସାମଗ୍ରୀ- ଚିଙ୍ଗୁଡ଼ି ୮/୧୦ ମଧ୍ୟମ ସାଇଜର କିମ୍ବା ୩୦୦ଗ୍ରାମ୍ ଛୋଟ ଚିଙ୍ଗୁଡ଼ି, କର୍ନଫ୍ଲୋର ୧ଚାମଚ, କଞ୍ଚାଲଙ୍କା ୨ଟା (କଟା), ଧନିଆପତ୍ର ୧/୪କପ୍ (କଟା) ରସୁଣ ଛେଚା ୧/୨ ଚାମଚ, ଅଦାଛେଚା ୧/୨ଚାମଚ, ତେଲ ୧ଚାମଚ, ଫସ୍ ଷ୍ଟକ୍/ପାଣି ୬କପ୍, ଗୋଲମରିଚ ଗୁଣ୍ଡ ୧/୨ ଚାମଚ, ଅଜିନୋମୋଟ ୧/୪ଚାମଚ, ଲୁଣ ସ୍ୱାଦ ଅନୁସାରେ, ଲେମ୍ବୁ ରସ ଏକ ଚାମଚ ।
ପ୍ରଣାଳୀ- ପ୍ରଥମେ ଚିଙ୍ଗୁଡ଼ି ଗୁଡ଼ିକୁ ସଫା କରି ମୁଣ୍ଡ ଓ ଲାଞ୍ଜ ପଟକୁ କାଢି ଅଲଗା କରନ୍ତୁ । ଏହାକୁ ଫୁଟା ପାଣିରେ ଦେଇ ଧୀମା ଆଞ୍ଚରେ ରାନ୍ଧ;ୁ । ୫ମିନିଟ୍ ପରେ ଏହି ଫିସ୍ ଷ୍ଟକ୍କୁ ଛାଣି ରଖନ୍ତୁ। ବଡ଼ ଚିଙ୍ଗୁଡ଼ି ହେଲେ ଏହାକୁ ଖୁବ୍ ଛୋଟ ଛୋଟ କରି କାଟି ରଖ;ୁ । କର୍ନଫ୍ଲୋର୍କୁ ୧/୨କପ୍ ଥଣ୍ଡା ପାଣି ଗୋଳାଇ ରଖନ୍ତୁ । କରେଇରେ ତେଲ ଗରମ କରି ରସୁଣ ଛେଚା ଓ କଞ୍ଚାଲଙ୍କା କଟା ଦେଇ ଭାଜନ୍ତୁ । ଏଥର ଅଦା ଛେଚା ଓ ଫିସ୍ ଷ୍ଟକ୍ ଦେଇ ଫୁଟାନ୍ତୁ । ଧୀରେ ଧୀରେ ଅଜିନୋମୋଟ, ଲୁଣ ଓ ଗୋଲମରିଚ ଗୁଣ୍ଡ ନେଇ ଧୀମା ଆଞ୍ଚରେ ୪/୫ମିନିଟ୍ ପର୍ଯ୍ୟନ୍ତ ରାନ୍ଧନ୍ତୁ । ଏଥର ଚିଙ୍ଗୁଡ଼ି କଟାଦେଇ ୧ମିନିଟ୍ ରାନ୍ଧ;ୁ । କର୍ନଫ୍ଲୋର ମିଶ୍ରଣ ଓ ଧନିଆପତ୍ର କଟା ଦେଇ ଗୋଳା;ୁ । ସୁପ୍ରେ ଲେମ୍ବୁ ରସ ଦେଇ ଓହ୍ଲାନ୍ତୁ ଗରମ ଗରମ ପରଷନ୍ତୁ । ଇଚ୍ଛା ଅନୁସାରେ ଚିଲି ସସ୍ ଦେଇପାରନ୍ତି ।
Next Post