ଛମାଛମାରେ ଏଲୀ

0

ବର୍ତ୍ତମାନ ବଲିଉଡ଼ରେ ଗୀତ ରିମେକ କରିବାର ପ୍ରଥା ଚାଲିଥିବାବେଳେ ନବେଦଶକର ବଲିଉଡ଼ ଫିଲ୍ମ ‘ଚାଇନା ଗେଟ୍‌’ର ଏଭରଗ୍ରୀନ ଗୀତ ଛମାଛମାର ରିମେକ୍‌ ହେଇଯାଇଛି । ନବେ ଦଶକ ସମୟରେ ଯେଉଁଥିରେ ବଲିଉଡ଼୍‌ ରଙ୍ଗିଲା ଗାର୍ଲ ଊର୍ମୀଲା ମାତୋଣ୍ଡକର ନିଜ ଜଲ୍ୱାରେ ଦର୍ଶକମାନଙ୍କୁ ମନ୍ତ୍ରମୁU କରି ଦେଇଥିଲେ । ପୁଣିଥରେ ଛମାଛମା ଗୀତ ଜରିଆରେ ଦର୍ଶକଙ୍କୁ ନଚାଇବାକୁ ରେଡ଼ି ହୋଇଯାଇଛନ୍ତି ଏଲୀ ଅବରମ । ଆଗାମୀଦିନମାନଙ୍କରେ ମୁକ୍ତିଲାଭ କରିବାକୁ ଯାଇଥିବା ଫିଲ୍ମ ‘ଫ୍ରଡ଼୍‌ ସୟæô’ରେ ଏହି ରିକେମ୍‌ ଗୀତଟି ସ୍ଥାନ ପାଇଛି । ଯାହା ଗତ ସୋମବାରଦିନ ରିଲିଜ ହୋଇଛି । ଏହି ରିମେକ୍‌ ଗୀତଟିକୁ ତନୀଷ୍କ ବାଗଚୀ ବନାଇଥିବାବେଳେ ଏଥିରେ କଣ୍ଠଦାନ କରିଛନ୍ତି ନେହା କMଡ଼, ଅରୁଣ ଓ ଇMା । ଗୀତରେ ଏଲୀଙ୍କ ସହ ଅରଶଦ ବାରସି ଓ ସୌରବ ଶୁକ୍ଳାଙ୍କୁ ଆପଣ ଦେଖିପାରିବେ । ଗୀତର ସୁଟିଂ ପୂର୍ବରୁ ଏଲୀ ତିନିଦିନଧରି ପ୍ରାକଫିସ୍‌ କରିଥିବା କଥା କହିଛନ୍ତି । ପୂର୍ବରୁ ଊର୍ମୀଲାଙ୍କ ଅଭିନୀତ ଗୀତଗୁଡ଼ିକୁ ଦେଖିଥିବା ସହ ସେ ନିଜେ ଉର୍ମୀଲାଙ୍କ ଜଣେ ଫ୍ୟାନ ବୋଲି ସ୍ୱୀକାର କରିଛନ୍ତି ଏଲୀ। ଛମାଛମା ଏକ ଆଧୁନିକ ଗୀତ ଅଟେ ଯାହାକୁ ବର୍ତ୍ତମାନର ଯୁବପିଢୀ ବେଶ୍‌ ଭଲଭାବେ ଉପଭୋଗ କରିବେ ବୋଲି ଫିଲ୍ମ ନିର୍ମାତା କୁମାର ତୋରାନୀ କହିଛନ୍ତି । ପ୍ରକାଶ ଝାଙ୍କ ଦ୍ୱାରା ପ୍ରଯୋଜିତ ଫିଲ୍ମ‘ଫ୍ରଡ଼୍‌ ସୟæô’ରେ ଅରଶଦ ବାରସି ମୁଖ୍ୟ ଭୂମିକାର ଅଭିନୟ କରିଛନ୍ତି । ଫିଲ୍ମଟି ଏକ ସତ ଘଟଣାକୁ ନେଇ ନିର୍ମାଣ କରାଯାଇଛି । ତେବେ ଘଟଣାରେ ସମ୍ପୃକ୍ତ ବ୍ୟକ୍ତି ଜଣଙ୍କ ସାତଟି ସହରରେ ସାତଟି ମହିଳାଙ୍କୁ ବିବାହ ରକିଛନ୍ତି ଓ ସ୍ୱାମୀର ଏହି ସତ୍ୟତାକୁ କୌଣସି ସ୍ତ୍ରୀ ଜାଣି ନାହæôନ୍ତି । ବହୁ ବିବାହ ଛଡ଼ା ବ୍ୟକ୍ତିଜଣଙ୍କର ବହୁନାରୀମାନଙ୍କ ସହ ମଧ୍ୟ ସମ୍ପର୍କ ରହିଥିବା କଥା ଫିଲ୍ମରେ ଆପଣ ଦେଖିପାରିବେ । ନିକଟରେ ସୁପ୍ରିମ କୋର୍ଟ ଦ୍ୱାରା ଧାରା ୪୯୭ର ଖଣ୍ଡନକୁ ଆଧାର କରି ଫିଲ୍ମରେ କମେଡ଼ିର ଭରପୁର ତଡ଼୍‌କା ଦେଖିପାରିବେ ଦର୍ଶକ । ‘ଫ୍ରଡ଼୍‌ ସୟାଁ’ରେ ଅରଶଦଙ୍କ ସହ ସୌରବ ଶୁକ୍ଳା ଓ ସାରା ଲୋରେନଙ୍କୁ ବଡ଼ପରଦାରେ ଦେଖାବାର ସୁଯୋଗ ପାଇବେ ଦର୍ଶକ।

Leave A Reply

Your email address will not be published.