ଜମ୍ମୁକାଶ୍ମୀରରେ ରାଷ୍ଟ୍ରପତି ଶାସନ ଲାଗୁ

0

ନୂଆଦିଲ୍ଲୀ,୧୯/୧୨: ବୁଧବାର ଜମ୍ମୁକାଶ୍ମୀରରେ ରାଜ୍ୟପାଳ ଶାସନ ଅବଧି ସରିବା ପରେ କେନ୍ଦ୍ର ସରକାରଙ୍କର ନିଷ୍ପତ୍ତି କ୍ରମେ ରାଷ୍ଟ୍ରପତି ଶାସନ ଲାଗୁ ହୋଇଛି। ଆଜିଠାରୁ ୬ ମାସ ଯାଏ ଜIମ୍ମୁକଶ୍ମୀରରେ ରାଷ୍ଟ୍ରପତି ଶାସନ ଲାଗୁ ହେବ।

ପୂର୍ବରୁ ଜ।ମ୍ମୁକଶ୍ମୀର ରାଜ୍ୟପାଲ ସତ୍ୟପାଲ୍ ମଲିକ ରାଜ୍ୟରେ ରାଷ୍ଟ୍ରପତି ଶାସନ ଲାଗୁ ହେବାନେଇ ସୁପାରିସ ସହ କେନ୍ଦ୍ର ନିକଟକୁ ରିପୋର୍ଟ ପଠାଇଥିଲେ। ଏହାପରେ କେନ୍ଦ୍ରୀୟ କ୍ୟାବିନେଟ୍‌ ଏହି ସୁପାରିସକୁ ମଞ୍ଜୁର କରିଥିଲେ।

ଆଜୀ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ ନାମରେ ରାଷ୍ଟ୍ରପତି ଭବନ ପକ୍ଷରୁ ଜାରି କରାଯାଇଥିବା ଘୋଷଣାପତ୍ରରେ ଦର୍ଶାଯାଇଛି ବର୍ତ୍ତମାନଠାରୁ ବିଧାନସଭାର କ୍ଷମତା ଅପସାରଣ କରାଗଲା ଏବଂ ସଂସଦ ଦ୍ୱାରା ବା ଅଧୀନରେ ଏହା ପରିଚାଳିତ ହେବ।

ବିଜେପି-ପିଡିପି ମଧ୍ୟରେ ମେଣ୍ଟ ଭାଙ୍ଗିବା ପରେ ଗତ ଜୁନ୍‌ ମାସଠାରୁ ରାଜ୍ୟପାଳ ଶାସନ ଲାଗୁ ହୋଇଥିଲା। ରାଜ୍ୟରେ ଆତଙ୍କବାଦୀ କାର୍ଯ୍ୟକଳାପ ଏବଂ ପଥରଫିଙ୍ଗାର ମାତ୍ରା ବୃଦ୍ଧି ପ୍ରତିବାଦରେ ବିଜେପି ମେଣ୍ଟରୁ ସମର୍ଥନ ପ୍ରତ୍ୟାହାର କରିଥିଲା।

SBI AD
Leave A Reply

Your email address will not be published.