ଜାନୁଆରୀ ୧ରୁ ଟିଭି ଦେଖିବା ପାଇଁ ମାସକୁ ଦେବାକୁ ପଡିବ ୮୦୦ ଟଙ୍କା

0

ନୂଆଦିଲ୍ଲୀ,୧୮/୧୨: ଜାନୁଆରୀ ୧ରୁ ଟିଭି ଦେଖିବା ମହଙ୍ଗା ହେବ । ଦୂରସଂଚାର ନିୟାମକ ପ୍ରାଧିକରଣ କେବୁଲ ଚ୍ୟାନେଲଙ୍କର ଶୁଳ୍କ ଦର ବଢାଇଛନ୍ତି । ନୂଆ ନିୟମ ଅନୁସାରେ ଫ୍ରି-ଟୁ-ଏୟାର (ଏଫଟିଏ)ଚ୍ୟାନେଲ ଦେଖିବାକୁ ମଧ୍ୟ ଶୁଳ୍କ ଦେବାକୁ ପଡିବ । ଏହି ନିୟମ ଡିଟିଏଚ , କେବୁଲ ଓ ବ୍ରଡକାଷ୍ଟ ଉପରେ ଲାଗୁ ହୋଇଛି । ଏହି ନିୟମ ଲାଗୁ ହେବାପରେ ଦର୍ଶକ ଯେତିକି ଚ୍ୟାନେଲ ଦେଖିବାକୁ ଚାହିଁବେ ସେତିକିର ପଇସା ଦେବେ । ଡିଟିଏଚ ଓ କେବୁଲ ଅପରେଟରଙ୍କୁ ପ୍ରତ୍ୟେକ ଚ୍ୟାନେଲ ପାଇଁ ନିର୍ଦ୍ଧାରିତ ରାଶି ନିଜ ୟୁଜର ଗାଇଡରେ ଦେବାକୁ ହେବ । ଏହି ନିୟମକୁ ସମସ୍ତ ଡିଟିଏଚ ଓ କେବୁଲ ଅପରେଟରଙ୍କୁ ମାନିବାକୁ ପଡିବ । ନିୟମକୁ ଅବମାମନା କଲେ ତାଙ୍କ ବିରୁଧରେ କାର‌୍ୟ୍ୟାନୁଷ୍ଟାନ ଗ୍ରହଣ କରାଯିବ ।

ଏହି ନୂଆ ନିୟମରେ କେବୁଲ ଫ୍ରି-ଟୁ-ଏୟାର ଚ୍ୟାନେଲ ଦେଖୁଥିବା ଗାଁ ଓ ଗରିବ ଲୋକେ ବେଶ ପ୍ରଭାବିତ ହେବେ। ଦୂରଦର୍ଶନ ଡିଟୁଏଚର ସମସ୍ତ ଚ୍ୟାନେଲ ବିନା ଶୁଳ୍କରେ ଦେଖିପାରିବେ । ଏହା ସହିତ ଅନ୍ୟ କମ୍ପାନୀ ଗୁଡିକ ଡିଟିଏଚରେ ଫ୍ରି-ଟୁ ଏୟାର ଚ୍ୟାନେଲ ଅଧା ମୂଲ୍ୟରେ ଦେଖିବାକୁ ମିଳୁଛି । ପେଡ୍ ଚ୍ୟାନେଲ ଗୁଡିକର ନୂତନ ଶୁଳ୍କ ଲାଗୁ ହେବ । ଗାଁ ଓ ଛୋଟ ସହରରେ ରହୁଥିବା ଲୋକଙ୍କୁ ୨୦୦-୨୫୦ ଟଙ୍କା ଶୁଳ୍କ ଦେବାକୁ ପଡୁଥିବାବେଳେ ଏବେ ତାହା ୪୪୦ ଟଙ୍କାକୁ ବୃଦ୍ଧି ହୋଇଛି । ଯଦି ସ୍ପୋର୍ଟ ଓ ଏଚଡି ଚ୍ୟାନେଲରେ ଦେଖିବାର ଅଛି ତେବେ ଗ୍ରାହକଙ୍କୁ ୬୦୦ ଟଙ୍କା ଦେବାକୁ ପଡିବ । ଦର୍ଶକ ଯଦି ଏ-ଲା-କାର୍ଟ ଭିତିରେ ଚ୍ୟାନେଲ ଦେଖନ୍ତି ତେବେ ୮୦୦ ଟଙ୍କା ଦେବାକୁ ପଡିବ ।

Leave A Reply

Your email address will not be published.