ଭୁବନେଶ୍ୱର, ୧୮/୧୨: ଆସନ୍ତା ଜାନୁଆରୀ ୪ ତାରିଖରୁ ୧୪ ତାରିଖ ପର୍ଯ୍ୟନ୍ତ ସ୍ଥାନୀୟ ପ୍ରଦର୍ଶନୀ ପଡିଆଠାରେ ଶିଶିର ସରସ ମେଳା ଆୟୋଜିତ ହେବ । ଚଳିତ ଥର ଶିଶିର ସରସ ମେଳାରେ ସମଗ୍ର ଦେଶରୁ ୨୪ ଟି ରାଜ୍ୟ ଅଂଶ୍ରଗହଣ କରିବେ ଏବଂ ମୋଟ ୩୦୨ଟି ଷ୍ଟଲ ଖୋଲାଯିବ । ଏହା ବ୍ୟତୀତ ରାଜ୍ୟର ସମସ୍ତ ଜିଲ୍ଲାରୁ ହସ୍ତଶିଳ୍ପ ସାମଗ୍ରୀ , ଘରକରଣା ଦ୍ରବ୍ୟ ପ୍ରଦର୍ଶନ ଓ ବିକ୍ରି କରାଯିବ ବୋଲି ବିଭାଗୀୟ ମନ୍ତ୍ରୀ ଶ୍ରୀ ପ୍ରଦୀପ ମହାରଥୀ ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ।
ଓରମାସ୍ ପକ୍ଷରୁ ୨୧ ବର୍ଷ ଧରି ଏହି ମେଳା ଆୟୋଜିତ ହେଉଛି । ଖଦୀ ଓ ଗ୍ରାମୋଦ୍ୟୋଗ ବୋର୍ଡ, ହସ୍ତ ଓ କୁଟୀର ଶିଳ୍ପ ନିର୍ଦ୍ଦେଶାଳୟ , ମିନ ଶକ୍ତି ଏହି ମେଳା ଆୟୋଜନରେ ସହଯୋଗ କରିବେ । କେନ୍ଦ୍ରାପଡାର କାଇଁଚ କାମ, କୋରାପୁଟର ହସ୍ତତନ୍ତ , ବାଲେଶ୍ୱରର ଟେରାକୋଟା , ଆଦିବାସୀ ଅଳଙ୍କାର , ଡୋକ୍ରା , କେନ୍ଦୁଝରର ଫୁଲ ବଡି , ବନଜାତ ଦ୍ରବ୍ୟ ,ତାମିଲନାଡୁର ରଙ୍ଗୀନ ମହମବତୀ , ଉତର ପ୍ରଦେଶର ସିଲ୍କ, ବନାରସୀ ଆଦି ମେଳାରେ ସ୍ଥାନ ପାଇବ । ଗତବର୍ଷ ୧୩ କୋଟି ଟଙ୍କା ବ୍ୟବସାୟ ହୋଇଥିବା ବେଳେ ଚଳିତ ବର୍ଷ ୧୫ କୋଟିରୁ ଉର୍ଦ୍ଧ୍ୱ ବ୍ୟବସାୟକରିବାର ଲକ୍ଷ୍ୟ ରଖାଯାଇଛି । ସେହିପରି ପ୍ରତି ବର୍ଷ ପରି ଚଳିତ ବର୍ଷ ମଧ୍ୟ ମେଳାର ପ୍ରତି ସଧ୍ୟାରେ ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜନ କରାଯିବ । ତେବେ ଚଳିତ ଥର ସାଂସ୍କୃତିକ କାର୍ଯ୍ୟକ୍ରମକୁ ଅଧିକ ଆକର୍ଷକ କରିବାପାଇଁ ମନ୍ତ୍ରୀ ବିଭାଗୀୟ ସଚିବଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ।