ଜାମୁକୋଳି ଖାଇଲେ ଦୂର ହୁଏ ଏହିସବୁ ରୋଗ

0

ଜାମୁକୋଳି ଶରୀର ପାଇଁ ବହୁ ଉପକାରୀ। ଏଥିରୁ ମିଳୁଥିବା ମିନେରାଲ ସ୍ବାସ୍ଥ୍ୟ ପାଇଁ ଖୁବ୍‌ ଲାଭଦାୟକ। ଏହାକୁ ଖାଇଲେ ରକ୍ତଚାପ, ମଧୁମେହ, ପେଟରୋଗ ପରି ଅନେକ ରୋଗ ଭଲ ହୋଇଥାଏ। ମଧୁମେହ ରୋଗୀଙ୍କ ପାଇଁ ଏହା ଖୁବ୍‌ ଉପକାରୀ। ମୁଠାଏ ଜାମୁକୋଳିରେ ୭ ଗ୍ରାମ ଶର୍କରା ରହିଛି।

ଡାକ୍ତରଙ୍କ ମତ ଅନୁଯାୟୀ, ଜାମୁକୋଳି ଶରୀର ପାଇଁ ଯେତିକି ଲାଭଦାୟକ ତା’ର ମଞ୍ଜି ମଧ୍ୟ ସେତିକି ଲାଭଦାୟକ। ଜାମୁକୋଳିରେ ଭିଟାମିନ୍‌ ‘ଏ’ ଏବଂ ‘ସି’ ଭରି ରହିଛି। ଜାମୁକୋଳି ମଞ୍ଜି ଖାଇଲେ ପାଚନକ୍ରିୟା ଠିକ୍‌ ରଖିବା ସହ ନାନା ରୋଗ ନିୟନ୍ତ୍ରିତ ହୋଇଥାଏ।

SBI AD
Leave A Reply

Your email address will not be published.