ଜୁନ୍ ୩ରେ ପ୍ରକାଶ ପାଇବ ଯୁକ୍ତ ଦୁଇ ବିଜ୍ଞାନ ପରୀକ୍ଷା ଫଳ

0

ଭୁବନେଶ୍ୱର,୧/୬: ଜୁନ୍ ୩ ତାରିଖରେ (ସୋମବାର) ପ୍ରକାଶ ପାଇବ ଯୁକ୍ତ ଦୁଇ ବିଜ୍ଞାନ ପରୀକ୍ଷା ଫଳାଫଳ। ଦିନ ୧୨ଟା ବେଳେ ଭୁବନେଶ୍ୱର ସ୍ଥିତ ଗୀତଗୋବିନ୍ଦ ଅଡିଟୋରିଅମ୍‌ (ସୂଚନା ଭବନର ଦ୍ୱିତୀୟ ଅଡିଟୋରିଅମ୍‌)ରେ ପରୀକ୍ଷା ଫଳ ପ୍ରକାଶ କରାଯିବ। ରାଜ୍ୟ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ଆଜି ଏହି ସୂଚନା ଦିଆଯାଇଛି।

ପରୀକ୍ଷାର୍ଥୀମାନେ www.chseodisha.nic.in ଓ http://orissaresults.nic.in ୱେବ୍‌ସାଇଟ୍‌ରେ ସେମାନଙ୍କ ପରୀକ୍ଷା ଫଳ ଦେଖିପାରିବେ।

ଏଥର ଯୁକ୍ତ ଦୁଇ ବିଜ୍ଞାନ ଓ ବାଣିଜ୍ୟ ପରୀକ୍ଷା ମାର୍ଚ୍ଚ ୭ ତାରିଖରୁ ଆରମ୍ଭ ହୋଇଥିଲା। ଏହା ମାର୍ଚ୍ଚ ୩୦ ତାରିଖ ପର୍ଯ୍ୟନ୍ତ ଚାଲିଥିଲା। ଯୁକ୍ତ ଦୁଇ ବିଜ୍ଞାନରେ ୯୯, ୦୧୮ ଜଣ ଛାତ୍ରଛାତ୍ରୀ ପରୀକ୍ଷା ଦେଇଥିଲେ। ତେବେ ବାଣିଜ୍ୟ ଓ କଳା ପରୀକ୍ଷା ଫଳାଫଳ କେବେ ବାହାରିବ, ସେ ନେଇ କୌଣସି ସୂଚନା ଦିଆଯାଇ ନାହିଁ।

SBI AD
Leave A Reply

Your email address will not be published.