ଜୁଲାଇରେ ଓଡ଼ିଶା ଆସିବେ ଜଗା-ବଳିଆ

0

ନୂଆଦିଲ୍ଲୀ,୨୯/୬: ଦିଲ୍ଲୀ ଏମ୍‌ସ୍‌ରେ ଚିକିତ୍ସିତ ହେଉଥିବା ଯୋଡାମୁଣ୍ଡ ଶିଶୁ ଜଗା-ବଳିଆ ବର୍ତ୍ତମାନ ସଂପୂର୍ଣ୍ଣ ସୁସ୍ଥ ଏବଂ ସେମାନେ ଓଡ଼ିଶା ଫେରିବା ଲାଗି ସକ୍ଷମ ବୋଲି ଡାକ୍ତରମାନେ ମତବ୍ୟକ୍ତ କରିଛନ୍ତି। ଆଜି ଜଗା-ବଳିଆଙ୍କ ଓଡ଼ିଶା ଫେରିବା ନେଇ ଏମ୍‌ସର ବୋର୍ଡରୁମ୍‌ରେ ରାଜ୍ୟ ସରକାରଙ୍କ ୪ ପ୍ରତିନିଧି ଓ ଏମ୍‌ସ୍‌ କର୍ତ୍ତୃପକ୍ଷଙ୍କ ଭିତରେ ବୈଠକ ହୋଇଥିଲା। ଏହି ବୈଠକରେ ନିଷ୍ପତ୍ତି ହୋଇଛି କି ଜୁଲାଇ ୧୨ ତାରିଖରେ ଜଗା-ବଳିଆ ଓଡ଼ିଶା ଫେରିବେ। ଏଥିସହ ଦୁଇ ଶିଶୁଙ୍କର ପରବର୍ତ୍ତୀ ସ୍ୱାସ୍ଥ୍ୟସେବା କିଭଳି ରହିବ ସେ ନେଇ ଏମ୍‌ସ ପକ୍ଷରୁ ଏକ ସପ୍ତାହ ମଧ୍ୟରେ ରାଜ୍ୟ ସରକାରଙ୍କୁ ଏକ ଆଡ୍‌ଭାଇଜର ଜାରି କରାଯିବ।

ଓଡ଼ିଶା ଫେରିବା ସମୟରେ ଜଗାବଳିଆଙ୍କ ସହିତ ଦିଲ୍ଲୀ ଏମ୍ସର ୮ଜଣ ଡାକ୍ତର ଆସିବେ ବୋଲି କହିଛନ୍ତି ରାଜ୍ୟ ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସ । ସେ ଆହୁରି ମଧ୍ୟ କହିଛନ୍ତି ଓଡ଼ିଶା ଫେରିବା ପରେ ଭୁବନେଶ୍ୱର ଏମ୍ସ କିମ୍ବା ଆପୋଲୋରେ ଚିକିତ୍ସା ହୋଇପାରେ । ତେବେ କେଉଁଠି ଚିକିତ୍ସା ହେବ ସେନେଇ କିଛି ନିଷ୍ପତ୍ତି ହୋଇନାହିଁ ।

ଜଗାବଳିଆ ଆସିବା ପାଇଁ ଦିଲ୍ଲୀ ଏମ୍ସ ପକ୍ଷରୁ ଏୟାର ଆମ୍ବୁଲାନ୍ସ ମଗାଯାଇଥିବା ବେଳେ ଏବେ ଏଥିରେ ପରିବର୍ତ୍ତନ କରାଯାଇ ଟ୍ରେନ ଯୋଗେ ସେମାନେ ଆସିବେ ବୋଲି କୁହାଯାଇଛି । ତେବେ ରାଜ୍ୟ ସରକାର ଏଥି ପାଇଁ ପ୍ରସ୍ତୁତ ଅଛନ୍ତି । ବିଶେଷ କରି ସମସ୍ତ ଖର୍ଚ୍ଚ ରାଜ୍ୟ ସରକାର ବହନ କରିବେ ବୋଲି କହିଛନ୍ତି ସ୍ୱାସ୍ଥ୍ୟ ମନ୍ତ୍ରୀ । ଏମସର ଡାକ୍ତରମାନେ ଯାହା ପରାମର୍ଶ ଦେବେ ତାକୁ ମାନି ରାଜ୍ୟ ସରକାର କାର୍ଯ୍ୟ କରିବେ ବୋଲି ସୂଚନା ଦେଇଛନ୍ତି ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସ ।

SBI AD
Leave A Reply

Your email address will not be published.