ବଲାଙ୍ଗୀର,୨୪/୬: ପାଟଣାଗଡ଼ ବିଧାୟକ କନିଷ୍ଠ ଯନ୍ତ୍ରୀଙ୍କୁ କାନଧରି ବସଉଠ କରାଇବା ଘଟଣା ବିଧାୟକ ସରୋଜ ମେହେରଙ୍କ ଜାମିନ ନାମଞ୍ଜୁର ହେବାରୁ ତାଙ୍କୁ ପାଟଣାଗଡ଼ ଜେଲକୁ ପଠାଯାଇଛି । ତାଙ୍କୁ ଆଜି ପୂର୍ବାହ୍ନରେ ଗିରଫ କରାଯାଇଥଲା ।
ପାଟଣାଗଡ଼ ବିଧାୟକ ସର୍ବସମ୍ମୁଖରେ କନିଷ୍ଠ ଯନ୍ତ୍ରୀଙ୍କୁ କାନଧରି ବସଉଠ କରାଉଥିବା ଭିଡ଼ିଓରେ ତଥା ଘଟଣାରେ ଆଜି ବିଧାୟକ ସରୋଜ ମେହେରଙ୍କୁ ପୋଲିସ ଆଜି ଗିରଫ କରିଥିଲା ପରେ ତାଙ୍କ ଜାମିନ ଆବେଦନ ନାମଞ୍ଜୁର ହେବାକୁ ପାଟଣାଗଡ଼ ଜେଲକୁ ପଠାଯାଇଛି । ସକାଳୁ ପାଟଣାଗଡ଼ ଥାନାରେ ପୋଲିସ ତାଙ୍କୁ ଅଟକ ରଖି ପଚରାଉଚରା କରିଥିଲା ଓ ପରେ ତାଙ୍କୁ ଗିରଫ କରିଥିଲା । ଗିରଫ ପରେ ବିଧାୟକଙ୍କୁ ଏଡିଜେ କୋର୍ଟକୁ ନିଆଯାଇଥିଲା ।