ନୂଆଦିଲ୍ଲୀ,୧୩/୧୨: ପୂର୍ବତନ ପ୍ରତିରକ୍ଷା ସଚିବ ବିଜୟ ସିଂହ ଓ ଟିଭିଏସ ଗ୍ରୁପର ଚେୟରମେନ୍ ବେଣୁ ଶ୍ରୀବାସନଙ୍କୁ ଟାଟା ଟ୍ରଷ୍ଟର ଭାଇସ ଚେୟରମେନ୍ ଭାବେ ନିଯୁକ୍ତ କରାଯାଇଛି । ଟାଟା ଟ୍ରଷ୍ଟ ଅଧିନରେ ଥିବା ଟ୍ରଷ୍ଟ ଗୁଡିକର ଭାଇସ ଚେୟରମେନ ଭାବେ ଉଭୟ କାର୍ଯ୍ୟ କରିବେ।
ଟାଟା ଟ୍ରଷ୍ଟ ପକ୍ଷରୁ ସୂଚନା ଦିଆଯାଇଛି ଏହି ୨ ଜଣଙ୍କ ନିଯୁକ୍ତିକୁ ସର ଦୋରାବଜୀ ଟାଟା ଟ୍ରଷ୍ଟ, ସର ରତନ ଟାଟା ଟ୍ରଷ୍ଟ, ଆଜେଡି ଟାଟା ଟ୍ରଷ୍ଟ, ଆରଡି ଟାଟା ଟ୍ରଷ୍ଟ, ଟାଟା ଏଜୁକେସନ ଟ୍ରଷ୍ଟ, ଟାଟା ସୋଲିଆଲ ୱେଲଫେର ଟ୍ରଷ୍ଟ ଏବଂ ଟାଟା ସର୍ବଜାନୀକ ଟ୍ରଷ୍ଟ ପକ୍ଷରୁ ହୋଇଥିବା ବୈଠକରେ ସର୍ବସମ୍ମତିରେ ନିଯୁକ୍ତ କରାଯାଇଛି । ବିଜୟ ସିଂହ ପୂର୍ବରୁ ଟାଟା ସନ୍ସ ବୋର୍ଡରୁ ଅବସର ଗ୍ରହଣ କରିଥିଲେ ।
ଅନ୍ୟପଟେ ଶ୍ରୀନିବାସନ ବର୍ତମାନ ମଧ୍ୟ ଟାଟା ସନ୍ସ ବୋର୍ଡରେ କାର୍ଯ୍ୟ କରୁଛନ୍ତି । ସେ ବର୍ତମାନ ଟାଟା ଗ୍ରୁପର ପ୍ରମୁଖ କମ୍ପାନୀ ଗୁଡିକର ପ୍ରମୋଟର ଅଛନ୍ତି। ଟାଟା ଟ୍ରଷ୍ଟ ଟାଟା ପରିବାର ଦ୍ୱାରା ସମାଜସେବା ପାଇଁ ପ୍ରତିଷ୍ଠା ହୋଇଥିବା ଅନୁଷ୍ଠାନ । ଟାଟା ସନ୍ସରେ ୬୬ ପ୍ରତିଶତ ଅଂଶୀଦାର ଅଛି ଟାଟା ଟ୍ରଷ୍ଟ ।