ପୁରୀ, ୧୩/୧୨: ପୁରୀ ଜିଲ୍ଲାର ବିଭିନ୍ନ ସ୍ଥାନରେ ବାର୍ଡ ଫ୍ଲୁ ଦେଖାଯାଇଛି। ଫଳରେ ବାର୍ଡ ଫ୍ଲୁ ପ୍ରଭାବିତ ଅଞ୍ଚଳରେ ଆସନ୍ତାକାଲି ଠାରୁ କୁକୁଡ଼ା ମରା ଅଭିଯାନ ଆରମ୍ଭ କରାଯିବ ବୋଲି ଜିଲ୍ଲା ପ୍ରଶାସନ ନିଷ୍ପତି ନେଇଛି। ବାର୍ଡ ଫ୍ଲୁ ପାଇଁ କୃଷ୍ଣପ୍ରସାଦ ବ୍ଲକରୁ ଯାଇଥିବା ନମୂନା ପଜିଟିଭ୍ ଚିହ୍ନଟ ହୋଇଛି। ଏହି ବ୍ଲକର ବାର୍ଡ ଫ୍ଲୁ ଆକ୍ରାନ୍ତ ସାନସାହି, ମାଲୁଦ ଓ ପଥରଗଞ୍ଜ ଅଞ୍ଚଳରେ କୁକୁଡ଼ା ମରାଯିବ। ସେପଟେ ସ୍କୁଲ ପିଲାଙ୍କ ମଧ୍ୟାହ୍ଣ ଭୋଜନରୁ ଅଣ୍ଡା ବନ୍ଦ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ଲୋକଙ୍କୁ ଭୟଭୀତ ନହେବାକୁ ପରାମର୍ଶ ଦିଆଯାଇଛି।
ଦୀର୍ଘ ୧୫ ଦିନ ଧରି କୃଷ୍ଣପ୍ରସାଦ ବ୍ଲକ ଅଞ୍ଚଳରେ ୨ ହଜାରରୁ ଅଧିକ କୁକୁଡ଼ାଙ୍କ ମୃତ୍ୟୁ ହୋଇଥିଲା। ବାର୍ଡ ଫ୍ଲୁ ଆଶଙ୍କା ପାଇବା ପରେ ଏହି ଅଞ୍ଚଳରୁ ମୃତ ପକ୍ଷୀଙ୍କର ୨୦ ରକ୍ତନମୂନା ସଂଗ୍ରହ ହୋଇ ଭୋପାଳ ପଠାଯାଇଥିଲା। ଆଜି ଏହାର ରିପୋର୍ଟ ଆସିଥିବା ବେଳେ ରିପୋର୍ଟରୁ ୪ଟି ପଜିଟିଭ୍ ଚିହ୍ନ ହୋଇଛି। ୨ଟି କାଉ ଓ ୨ଟି କୁକୁଡ଼ାଙ୍କ ରିପୋର୍ଟ ପଜିଟିଭ୍ ଆସିଛି ବୋଲି ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ସଚିବ ବିଶାଳ ଗଗନ ସୂଚନା ଦେଇଛନ୍ତି।