ଟ୍ରେନରେ “ମୁଁ ବି ଚୌକିଦାର” ଲେଖା ଚା’ କପ : ଆଚରଣବିଧି ଉଲ୍ଲଙ୍ଘନ

0

ନୂଆଦିଲ୍ଲୀ,୨୯/୩ : ଟ୍ରେନରେ ‘ମୁଁ ବି ଚୌକିଦାର’ ଲେଖାଯାଇଥିବା କପରେ ଚା’ ପରଷା ଯାଉଥିବା ଅଭିଯୋଗ ହୋଇଛି। ଏହାକୁ ନେଇ ବରୋଧୀଦଳମାନେ ନିର୍ବାଚନ ଆଦର୍ଶ ଆଚରଣବିଧି ଉଲ୍ଲଙ୍ଘନ କରିଥିବା ଅଭଯୋଗ କରିଛନ୍ତି। ଆଇଆରସିଟିସି ଏବଂ ଭାରତୀୟ ରେଳ ବିଭାଗ ଏଭଳି କପରେ ଚା’ ବିକୁଥିବା ସେବାପ୍ରଦାନକାରୀ ସଂସ୍ଥାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେଇଥିବା ସୂଚନା ମିଳିଛି। ଏହି କପର କେତେକ ଫଟୋ ଏବେ ସାମାଜିକ ଗଣମାଧ୍ୟମରେ ଭାଇରାଲ ହେବାରେ ଲାଗିଛି। ଲୋକେ ଏହାକୁ ନିର୍ବାଚନ ଆୟୋଗ ସହ ଟ୍ୟାଗ କରି ଏହା ଆଚରଣବିଧି ଉଲ୍ଲଙ୍ଘନ କି ନୁହେଁ ବୋଲି ପ୍ରଶ୍ନ କରିଛନ୍ତି।
ଟ୍ୱିଟର ବ୍ୟବହାରକାରୀ ପାୟଲ ମେହଟାଙ୍କ ଏକ ଟ୍ୱିଟ୍‍ ପରେ ଭାରତୀୟ ରେଳ ତତ୍ପରତା ପ୍ରକାଶ ପୂର୍ବକ କାର୍ଯ୍ୟାନୁଷ୍ଠାନ ନେଇଛି। ଆଇଆରସିଟିସି ଏନେଇ ସେବାପ୍ରଦାନକାରୀ ସଂସ୍ଥାଠାରୁ ଜବାବ ମାଗିଛି। ଏନେଇ ଆଇଆରସିଟିସି କ୍ଷମା ପ୍ରାର୍ଥନା କରିବା ସହ ସମସ୍ୟା ପାଇଁ ଦୁଃଖିତ ବୋଲି ପ୍ରକାଶ କରିଛି।

Leave A Reply

Your email address will not be published.