ଆଇପିଏଲ୍‌ ୨୦୧୯ : ବାଙ୍ଗାଲୋରକୁ ୬ ରନରେ ହରାଇଲା ମୁମ୍ବାଇ

ବାଙ୍ଗାଲୋର,୨୯/୩ : ଗୁରୁବାର ବାଙ୍ଗାଲୋରରେ ଖେଳାଯାଇଥିବା ଆଇପିଏଲ୍‌ ମ୍ୟାଚରେ ମୁମ୍ବାଇ ଇଣ୍ଡିଆନସ୍‌ ବାଙ୍ଗାଲୋରକୁ ୬ ରନ୍‌ରେ ପରାସ୍ତ କରିଛି। ଏଥି ସହିତ ମୁମ୍ବାଇ ଇଣ୍ଡିଆନ୍ସ ଚଳିତ ଆଇପିଏଲ୍‌ରେ ପ୍ରଥମ ବିଜୟ ହାସଲ କରିଛି। ମୁମ୍ବାଇ ଇଣ୍ଡିଆନ୍ସ ପ୍ରଥମେ ବ୍ୟାଟିଙ୍ଗ କରି ନିର୍ଦ୍ଧାରିତ ୨୦ ଓଭରରେ ୮ ଓ୍ଵିକେଟ ହରାଇ ୧୮୭ ରନ୍‌ କରିଥିଲା। ମୁମ୍ବାଇର ୧୮୮ରନର ବିଜୟ ଲକ୍ଷ୍ୟକୁ ପିଛାକରି ବାଙ୍ଗାଲୋର ନିର୍ଦ୍ଧାରିତ ୨୦ ଓଭରରେ ୫ ଓ୍ଵିକେଟ ହରାଇ ୧୮୧ ରନ୍‌ କରିଥିଲା। ଶେଷ ଓଭରରେ ବାଙ୍ଗାଲୋରକୁ ବିଜୟ ପାଇଁ ୧୭ ରନ୍‌ ଦରକାର ଥିବା ବେଳେ ୧୦ ରନ୍‌ କରିବାରେ ସକ୍ଷମ ହୋଇଥିଲା।