ଡାକ୍ତରଙ୍କ ଆଗରେ ମୁଣ୍ଡ ନୁଆଇଁଲେ ମମତା, ମିଡିଆର କ୍ୟାମେରା ସାମ୍ନାରେ ହେବ ବୈଠକ

0

କୋଲକାତା,୧୭/୬: ଜୁନିୟର ଡାକ୍ତରଙ୍କୁ ମାଡ଼ ମାରିବା ଘଟଣାକୁ ବିରୋଧ କରି ଗତ ଅନେକ ଦିନ ହେବ ହଡ଼ତାଳ କରୁଥିବା ଡାକ୍ତରଙ୍କ ସହ ମିଡିଆ ସାମ୍ନାରେ ଆଲୋଚନା ପାଇଁ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ସହମତି ପ୍ରକାଶ କରିଛନ୍ତି। ଏହା ପୂର୍ବରୁ ରବିବାର ଡାକ୍ତରମାନେ ମମତା ବାନାର୍ଜୀଙ୍କ ସହ ଆଲୋଚନା କରିବାକୁ ସହମତି ପ୍ରକାଶ କରିଥିଲେ, ମାତ୍ର ସେମାନଙ୍କର କହିବା କଥା ଆଲୋଚନା ବନ୍ଦ କୋଠରୀରେ ହେବ ନାହିଁ ବରଂ ମିଡିଆ କ୍ୟାମେରା ସାମ୍ନାରେ ହେବ। ଏହି ମିଟିଂରେ ପଶ୍ଚିମବଙ୍ଗର ପ୍ରତ୍ୟେକ ମେଡିକାଲ କଲେଜରୁ ୨ ଜଣ ପ୍ରତିନିଧି ସାମିଲ ହେବେ।

ଏହା ପୂର୍ବରୁ ରବିବାର ପଶ୍ଚିମବଙ୍ଗରେ ରାଜ୍ୟ ସରକାରଙ୍କ ବିରୋଧରେ ଗତ ୬ ଦିନ ହେବ ହଡ଼ତାଳ କରୁଥିବା ଡାକ୍ତରଙ୍କ ସହିତ ଆଲୋଚନା କରିବା ପାଇଁ ମୁଖ୍ୟମନ୍ତ୍ରୀ ସହମତି ପ୍ରକାଶ କରିଥିଲେ। ମମତାଙ୍କ ପକ୍ଷରୁ ସୁରକ୍ଷା ପାଇଁ ଆଶ୍ଵାସନା ମିଳିବା ପରେ ପଶ୍ଚିମବଙ୍ଗରେ ହଡ଼ତାଳ କରୁଥିବା ଡାକ୍ତରମାନେ ନରମିଛନ୍ତି। ରବିବାର ଆନ୍ଦୋଳନ କରୁଥିବା ଡାକ୍ତର କହିଥିଲେ ଯେ, ପ୍ରଦର୍ଶନ ଶେଷ କରିବା ପାଇଁ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ସହ ଆଲୋଚନା କରିବାକୁ ପ୍ରସ୍ତୁତ, ମାତ୍ର ସାକ୍ଷାତ କରିବାର ସ୍ଥାନ ସେମାନେ ସ୍ଥିର କରିବା।

ଏହି ମିଟିଂ କୋଲକାତାର ନାବନ୍ନା ସ୍ଥିତ ପଶ୍ଚିମବଙ୍ଗର ରାଜ୍ୟ ସଚିବାଳୟରେ ହେବ। ଉଲ୍ଲେଖଯୋଗ୍ୟ ମମତା ବାନାର୍ଜୀ ସରକାରଙ୍କ ପକ୍ଷରୁ ଶନିବାର ରାତିଠୁ ଡାକ୍ତରଙ୍କ ସହିତ ଆଲୋଚନା କରିବାକୁ ଉଦ୍ୟମ ଜାରି ରଖିଥିଲେ। ମାତ୍ର ଡାକ୍ତରଙ୍କ କହିବା କଥା ମମତା ନିଜେ ଏନଆରଏସ ମେଡିକାଲ କଲେଜ୍ ଆସି ଆହତ ଡାକ୍ତରଙ୍କୁ ଦେଖିବା ସହିତ ସେମାନଙ୍କର ସମସ୍ୟା ବିଷୟରେ ଆଲୋଚନା କରନ୍ତୁ।

SBI AD
Leave A Reply

Your email address will not be published.