ତେଲେଙ୍ଗାନା ନିର୍ବାଚନ: କଂଗ୍ରେସର କାର୍ଯ୍ୟକାରୀ ଅଧ୍ୟକ୍ଷ ହେଲେ ମହମ୍ମଦ ଆଜ।ରୁଦ୍ଦୀନ

0

ନୂଆଦିଲ୍ଲୀ,୩୦/୧୧: ତେଲେଙ୍ଗାନା ବିଧାନସଭା ନିର୍ବାଚନକୁ ନେଇ ଆଜି କଂଗ୍ରେସ ପୂର୍ବତନ ସାଂସଦ ଓ କ୍ରିକେଟିଏର ମହମ୍ମଦ ଆଜରୁଦ୍ଦୀନଙ୍କୁ ତେଲେଙ୍ଗାନା କଂଗ୍ରେସ କମିଟିର କାର୍ଯ୍ୟାକରୀ ଅଧ୍ୟକ୍ଷ ଭାବେ ନିଯୁକ୍ତ କରିଛି । ଏହା ସହିତ କଂଗ୍ରେସରୁ ସନ୍ଦିପ ଦୀକ୍ଷିତଙ୍କୁ ଏଆଇସିସିର ସଚିବ ଭାବେ ମଧ୍ୟ ନିଯୁକ୍ତ କରାଯାଇଛି । ଆଜରୁଦ୍ଦୀନ ୨୦୧୯ ନିର୍ବାଚନରେ ନିଜ ପ୍ରଦେଶ ତେଲେଙ୍ଗାନାରୁ ନିର୍ବାଚନ ଲଢିବାକୁ ଇଚ୍ଛା ପ୍ରକାଶ କରିଥିଲେ । ଆଜରୁଦ୍ଦୀନ ୨୦୦୯ରେ ୟୁପିର ମୁରାଦାବାଦରୁ ନିର୍ବାଚନ ଲଢି ସଂସଦରେ ପହଂଚିଥିଲେ । ୨୦୧୪ରେ ରାଜସ୍ଥାନର ଟଙ୍କ ସୱାଇ ମାଧୋପୁରରୁ ଲୋକସଭା ନିର୍ବାଚନ ଲଢିଥିଲେ କିନ୍ତୁ ହାରିଯାଇଥିଲେ ।

ସୂଚନାଯୋଗ୍ୟ କି, ଏ ଥର ତେଲଙ୍ଗାନାରେ ଦମଦାର ମୁକାବିଲା ହେବାର ଦେଖାଯାଉଛି । କଂଗ୍ରେସ, ଟିଡିପି, ତେଲେଙ୍ଗାନା, ଜନସମିତି ଓ ବିଜେପି ଟିଆରଏସ ସହିତ ମୁକାବିଲା କରିବା ପାଇଁ ‘ପ୍ରଜାକୁଟାମି’ (ଜନତାର ଗଠବନ୍ଧନ) ତିଆରି କରାଯାଇଛି । ଗତ ବିଧନସଭା ନିର୍ବାଚନରେ ମହାଗଠବନ୍ଧନରେ ଘଟକ ଦଳକୁ ମିଳିଥିବା ଭୋଟର ଅଂଶ ଟିଆରଏସର ଭୋଟ ପ୍ରତିଶତରୁ ଅଧିକ ଥିଲା ।

ଶାସନରେ ଥିବା ଟିଆରଏସ (ତେଲେଙ୍ଗାନା ରାଷ୍ଟ୍ର ସମିତି) ୨୦୧୪ ବିଧାନସଭା ନିର୍ବାଚନରେ ୩୪.୩ ପ୍ରତିଶତ ଭୋଟ ମିଳିଛି । ସେହିଭଳି କଂଗ୍ରେସକୁ ୨୫.୨ ଓ ଟିଡିପିକୁ ୧୪.୭ ପ୍ରତିଶତ ଭୋଟ ମିଳିଥିଲା ଟିଟିପିର ଗତ ବିଧାନସଭା ନିର୍ବାଚନରେ ବିଜେପି ସହିତ ଗଠବନ୍ଧନ ଥିଲା । ଡିସେମ୍ବର ୭ରେ ହେବାକୁ ଥିବା ତେଲେଙ୍ଗାନା ବିଧାନସଭା ନିର୍ବାଚନରେ ବିଜେପି ଏକାକୀ ମଇଦାନକୁ ଓହ୍ଲାଇବ । ସେହିଭଳି ଟିଆରଏସ ମଧ୍ୟ ଏକାକୀ ନିର୍ବାଚନ ଲଢିବ ।

Leave A Reply

Your email address will not be published.