ଦୁଇମୁହା ଫୋନ୍‌

0

ଚୀନ୍‌ କମ୍ପାନି ଶାଓମି ଚଳିତବର୍ଷ ଫୋଲେïବଲ୍‌ ସ୍ମାର୍ଟଫୋନ୍‌ ପ୍ରସ୍ତୁତ କରିଛି ଯାହାର ଭିଡିଓ ମଧ୍ୟ ଶେୟାର କରିଛି । ଶାଓମିର ସଭାପତି େୱଙ୍ଗ ଜିୟଙ୍ଗ ଟ୍ୱିଟର୍‌ରେ ଏହି ଦୁଇମୁହæô ଫୋନ୍‌ର ଭିଡିଓ ପୋଷ୍ଟ କରିଛନ୍ତି । ଜିୟାଙ୍ଗଙ୍କ ମତରେ, ଏହା ଦୁନିଆର ପ୍ରଥମ ଫୋନ୍‌ ଯାହା ସଂପୂର୍ଣ୍ଣ ରୂପେ ଡବଲ୍‌ ଫୋଲï ହୋଇପାରିବ । ଏହା ପ୍ରୋଟୋଟାଇପ୍‌ ବିଶିଷ୍ଟ ରହିଛି । ଏହି ଫୋନ୍‌ ଖୋଲିବା ମାତ୍ରେ ହିଁ ଇଣ୍ଟରଫେସ୍‌ ଡିଜାଇନ୍‌ ଆଡ୍‌ଜଷ୍ଟ ହୁଏ । ଏହି ଫୋନ୍‌ର ନାମକରଣ ଉପରେ କୌଣସି ଚୂଡାନ୍ତ ଫଳାଫଳ ଜଣାପଡିନାହିଁ । ଫେବୃୟାରୀରେ ସ୍ପେନ୍‌ର ବାର୍ସିଲୋନାରେ ମୋବାଇଲ୍‌ ୱାଲ୍‌ର୍ଡର ଏକ ସମ୍ମିଳନୀ ହେବ ଯେଉଁଥିରେ ଏହି ପ୍ରଟୋଟାଇପ୍‌ ଫୋନ୍‌ ଉପସ୍ଥାପନ କରିବ । ଗତବର୍ଷ ଡିସେମ୍ବରରେ ଆମେରିକା ସଫାର୍ଟଅପ୍‌ କମ୍ପାନି ରୋୟୋଲ୍‌ ସର୍ବପ୍ରଥମେ ଏହି ଫୋଲ୍‌ଡେବଲ୍‌ ଫୋନ୍‌ ଲଞ୍ଚ କରିବାକୁ ଯାଉଛି । ଫୋନ୍‌ଟି ୭.୮ ଇଞ୍ଚ ବିଶିଷ୍ଟ ଯାହା ମୋଡି ହୋଇ ୪ ଇଞ୍ଚର ଫୋନ୍‌ ହୋଇପାରିବ । ପୂର୍ବେ ସାମ୍‌ସଙ୍ଗ୍‌ ଫୋଲ୍‌ଡେବଲ୍‌ ଫୋନ୍‌ ଲଞ୍ଚ କରିସାରିଛି । ସାମସଙ୍ଗ ବ୍ୟତୀତ ଓପୋ, ଭିଭୋ, ହୁଆେୱ ଓ ଏଲ୍‌ଜି ଫୋଲ୍‌ଡେବଲ୍‌ ଫୋନ୍‌ ଉପରେ କାମ କରୁଛନ୍ତି ।

Leave A Reply

Your email address will not be published.