ଦୁଇ ରୀତିରେ ବିବାହ କରିବେ ନିକ୍‌-ପ୍ରିୟଙ୍କା

0

ମୁମ୍ବାଇ, ୨୮/୧୧: ବଲିଉଡର ଦେଶୀ ଗାର୍ଲ ପ୍ରିୟଙ୍କା ଚୋପ୍ରା ଏବଂ ବିଦେଶୀ ସିଙ୍ଗର ନିକ ଜୋନ୍ସଙ୍କ ବିବାହର ପ୍ରସ୍ତୁତି ସରିଯାଇଛି । ଡିସେମ୍ବର ୨ ତାରିଖରେ ଦୁହେଁ ରାଜସ୍ଥାନ ଜୋଧପୁରର ଉମେଦ୍‌ ଭବନଠରେ ବିବାହ ବନ୍ଧନରେ ବାନ୍ଧି ହେବେ । ଦିପୀକା ପାଦୁକୋନ ଏବଂ ରଣବୀର ସିଂହଙ୍କ ଭଳି ପ୍ରିୟଙ୍କା-ନିକ୍‌ ମଧ୍ୟ ୨ ଟି ପରମ୍ପରା ଅନୁସାରେ ବିବାହ କରିବେ । ପ୍ରିୟଙ୍କା-ନିକଙ୍କର ବିବାହର ପରମ୍ପରା ଜୋଧପୁରର ଉମେଦ୍‌ ଭବନଠାରେ ୨୯ ନଭେମ୍ବରରୁ ଆରମ୍ଭ ହେବ । ଡିସେମ୍ବର ୨ ତାରିଖରେ ହିନ୍ଦୁ ଓ ୩ ତାରିଖରେ ଖ୍ରୀଷ୍ଟିଆନ ପରମ୍ପରା ଅନୁସାରେ ବିବାହ ଅନୁଷ୍ଠିତ ହେବ । ବିବାହରେ ପରିବାର ସହ କିଛି ନିକଟତମ ବନ୍ଧୁ ହିଁ ସାମିଲ୍‌ ହେବେ । ପାଖାପାଖି ୮୦ ଜଣଙ୍କ ଉପସ୍ଥିତିରେ ଏହି ବିବାହ କାର୍ଯ୍ୟ ସମ୍ପନ୍ନ ହେବ । ତେବେ ଏହା ମଧ୍ୟ କୁହାଯାଉଛି ଯେ, ନିକ ନିଜ ସଙ୍ଗୀତ ଏବଂ ପ୍ରିୟଙ୍କା ନିଜ ଆଇଟମ ନମ୍ବରରେ ପର୍ଫମ କରି ଦର୍ଶକଙ୍କୁ ବିମୋହିତ କରିବେ । ଏହା ବ୍ୟତିତ ୨୯ ନଭେମ୍ବରରୁ ୩ ଡିସେମ୍ବର ପର୍ଯ୍ୟନ୍ତ ଏକ ହେଲିକପଫର ଭଡାରେ ଅଣାଯିବ । ପ୍ରିୟଙ୍କା ଉଦୟପୁରରୁ ଉମେଦ୍‌ ଭବନ ପର୍ଯ୍ୟନ୍ତ ହେଲିକେପଫରରେ ଯିବେ । ବିବାହ ପରେ ଡିସେମ୍ବର ୩ ରେ ପୁଣି ଥରେ ହେଲିକେପଫରରେ ଉଦୟପୁର ଫେରିବେ । ବିବାହ ପରେ ଡିସେମ୍ବର ଦ୍ୱୀତିୟ ସପ୍ତାହରେ ଦିଲ୍ଲୀର ତାଜ ହୋଟେଲରେ ରିସେପସନ ପାର୍ଟିର ଆୟୋଜନ କରାଯିବ ।

Leave A Reply

Your email address will not be published.