ଭୁବନେଶ୍ୱର,୬/୧୨: ଆଜି ଅପରାହ୍ଣରେ ଆୟାର୍ଲାଣ୍ଡ ହକି ଟିମ୍ର ଖେଳାଳି ଧଉଳି ଶାନ୍ତିସ୍ତୂପ ପରିଦର୍ଶନରେ ଆସିଥିଲେ। ଏସ୍ଆଇ ପ୍ରଦୀପ ମହାଲ ଓ ଧଉଳି ପୁଲିସ ପକ୍ଷରୁ ଖେଳାଳିମାନଙ୍କୁ ସୁରକ୍ଷା ଯୋଗାଇ ଦିଆଯାଇଥିଲା। ଖେଳାଳିମାନେ ଏଠାରେ ପ୍ରଦର୍ଶିତ ଲାଇଟ ଆଣ୍ଡ ସୋ’ କାର୍ଯ୍ୟକ୍ରମ ଉପରେ ପଚାରି ବୁଝିଥିଲେ। ଶାନ୍ତିସ୍ତୂପ ପରିସରରେ ବୁଲାବୁଲି କରୁଥିବା ପର୍ଯ୍ୟଟକ ତଥା ଛୋଟଛୋଟ ପିଲାଙ୍କ ସହିତ ସେଲଫି ମଧ୍ୟ ନେଇଥିଲେ। ବୁଦ୍ଧ ମନ୍ଦିର ସମ୍ମୁଖରେ ଠିଆ ହୋଇ ଭଗବାନ ବୁଦ୍ଧଙ୍କୁ ପ୍ରାର୍ଥନା କରିଥିଲେ। ଶାନ୍ତିସ୍ତୂପ ଉପରୁ ଦୟାନଦୀ ଓ ଭୁବନେଶ୍ବରର ଫଟୋ ଉଠାଇଥିଲେ।