ବରଗଡ଼, ୩୧/୧୨: ବରଗଡ଼ ଜିଲ୍ଲା ପଦ୍ମପୁର ଦହିଗାଁରେ ହାତୀପଲ ତାଣ୍ଡବ କରିଛନ୍ତି । ସ୍ଥାନୀୟ ମାର୍କେଟ୍ ୟାର୍ଡରେ ଥିବା ଏକ ମଣ୍ଡିରେ ପଶି ଏହି ହାତୀପଲ ବସ୍ତାବସ୍ତା ଧାନ କୁଦି, ଖାଇ ଛାରଖାର କରିଦେଇଛନ୍ତି । ପୂର୍ବରୁ ଦହିଗାଁ ଅଞ୍ଚଳରେ ୩୦ରୁ ୩୫ ହାତୀ ଆସି ବୁଲୁଥିଲେ । ହେଲେ ଆଜି ଭୋର ସମୟରେ ହାତୀଗୁଡ଼ିକ ମାର୍କେଟ୍ ୟାର୍ଡକୁ ଆସି ଧାନ ବସ୍ତାରୁ ଧାନ ଖାଇଥିବା ଜଣାପଡ଼ିଛି । ଏହାସହ ୪୦ରୁ ୫୦ ବସ୍ତାକୁ ଦଳି ଚକଟି ନଷ୍ଟ କରିଦେଇଛନ୍ତି ।