ନୂଆଦିଲ୍ଲୀ, ୨୩/୧୧ : ଦେଶର ୫ ଟି ରାଜ୍ୟରେ ହେଉଥିବା ବିଧାନସଭା ର୍ନିବାଚନ ଏବଂ ୨୦୧୯ ଲୋକସଭା ନିର୍ବାଚନରେ ଇଭିଏମ (ଇଲେକଟ୍ରୋନିକ ଭୋଟିଂ ମେସିନ) ବଦଳରେ ବାଲଟ ପେପର ଜରିଆରେ ମତଦାନ ହେଉ ବୋଲି ସୁପ୍ରିମକୋର୍ଟରେ ଏକ ଜନସ୍ୱାର୍ଥ ମାମଲା ଆବେଦନ ହୋଇଥିଲା । ତେବେ ଗୁରୁବାର ଏହି ଆବେଦନକୁ ଖାରଜ କରିଛନ୍ତି ସୁପ୍ରିମକୋର୍ଟ । ପ୍ରତ୍ୟକ ବ୍ୟବସ୍ଥାରେ ଭୁଲ ହେବାର ଆଶଙ୍କା ରହିଛି ବୋଲି ସୁପ୍ରିମ କୋର୍ଟ କହିଛନ୍ତି ।
ଏନଜିଓ ନ୍ୟାୟ ଭୂମି ତରଫରୁ ଓକିଲ ଏ ସୁଭାଷ ରାଓ ଏହି ଜନସ୍ୱାର୍ଥ ଆବେଦନ ଦାୟର କରିଥିଲେ । ଏଥିରେ କୁହାଯାଇଥିଲା କି, ନିର୍ବାଚନ ଜିତିବା ପାଇଁ ଇଭିଏମର ଦୂରୁପୋଯୋଗ କରାଯାଇପାରେ ଛ ତେଣୁ ଏହାର ବ୍ୟବହାର କରାଯିବ ଉଚିତ ନୁହେଁ । ନିର୍ବାଚନରେ ପୂର୍ବଭଳି ବାଲଟ ପେପର ବ୍ୟବହାର କରିବାକୁ ନିର୍ଦ୍ଦେଶ ଦିଆଯାଉ ବୋଲି ଏହି ଆବେଦନ ଜରିଆରେ ଗୁହାରୀ କରାଯାଇଥିଲା । ପ୍ରଧାନ ନ୍ୟାୟାଧୀଶ ଯଷ୍ଟିସ ରଞ୍ଜନ ଗୋଗାଇଙ୍କ ଅଧ୍ୟକ୍ଷତାରେ ଗଠିତ ୩ ଜଣିଆ ଖଣ୍ଡପୀଠ ଏହି ମାମଲାର ସୁଣାଣି କରି ଉକ୍ତ ଆବେଦନ ଉପରେ ଅସହମତି ପ୍ରକାଶ କରିଛନ୍ତି । ସୁପ୍ରିମକୋର୍ଟ କହିଛନ୍ତି କି, ସବୁ ବ୍ୟବସ୍ଥା ବା ମଶିନର ବ୍ୟବହାର ଏବଂ ଅପବ୍ୟବହାର ହେବାର ଆଶଙ୍କା ରହିଛି । ନିର୍ବାଚନ ଆୟୋଗ ଅନେକ ଥର ଦାବୀ କରିଛନ୍ତି କିି, ଏଭିଏମ ସମ୍ପୁର୍ଣ୍ଣ ରୁପେ ସୁରକ୍ଷୀତ । କି;ୁ ଏହା ପରେ ମଧ୍ୟ ଏହାର ଦୂରୁପୋଯୋଗର ଅଭିଯୋଗ ହେଉଛି । ଚଳିତ ବର୍ଷ ମଧ୍ୟ କେତେକ ରାଜ୍ୟର ବିଧାନସଭା ନିର୍ବାଚନଠାରୁ ଏଭଳି ଅଭିଯୋଗ ଆସିଛି । ଏହା ପୂର୍ବରୁ ମଧ୍ୟ ସୁପ୍ରିମକୋର୍ଟ ଇଭିଏମ ପାଇଁ ଭୋଟର ଭେରିଫାଇଡ ଟ୍ରେଲ୍ସ (ଭିଭିପେଟ)କୁ ବାଧ୍ୟତାମୂଳକ କରିବାକୁ ନିର୍ଦ୍ଦେଶ ଦେଇଥିଲେ । ତେବେ ୨୦୧୯ ଲୋକସଭା ର୍ନିବାଚନରେ ଦେଶର ସମସ୍ତ ବୁଥରେ ଭିଭିପିଟି ମେସିନ ଲଗାଇବାକୁ ନିର୍ବାଚନ ଆୟୋଗ ପ୍ରତିଶୃତି ଦେଇଥିଲେ ।
Prev Post
Next Post