ଭୁବନେଶ୍ୱର, ୨୭/୦୬ : ଓଡ଼ିଶା କଂଗ୍ରେସ ପାଇଁ ନୂଆ ପ୍ରଭାରୀ ନିଯୁକ୍ତ । ଅଜୟ କୁମାର ଲଲ୍ଲୁଙ୍କ ସ୍ଥାନ ନେଇଛନ୍ତି ଲାଲଜୀ ଦେଶାଇ । ଓଡ଼ିଶାରେ ସାଙ୍ଗଠନିକ ଭିତ୍ତିକୁ ଅଧିକ ସୁଦୃଢ଼ କରିବା ଲକ୍ଷ୍ୟରେ ଅଖିଳ ଭାରତୀୟ କଂଗ୍ରେସ କମିଟି ବା ଏଆଇସିସି, ଗୁଜରାଟର ବରିଷ୍ଠ କଂଗ୍ରେସ ନେତା ଲାଲଜୀ ଦେଶାଇଙ୍କୁ ଓଡ଼ିଶାର ନୂଆ ପ୍ରଭାରୀ ଭାବେ ନିଯୁକ୍ତ କରିଛି। ସେ ବର୍ତ୍ତମାନର ପ୍ରଭାରୀ ଅଜୟ କୁମାର ଲଲ୍ଲୁଙ୍କ ସ୍ଥାନ ନେବେ । ଏହି ନିଯୁକ୍ତି ତୁରନ୍ତ କାର୍ଯ୍ୟକାରୀ ହେବ ବୋଲି ଏଆଇସିସି ସାଧାରଣ ସମ୍ପାଦକ କେ.ସି. ଭେନୁଗୋପାଳ ଜାରି କରିଥିବା ବିଜ୍ଞପ୍ତିରେ କୁହାଯାଇଛି । ଲାଲ୍ଜୀ ଦେଶାଇ କଂଗ୍ରେସର ଜଣେ ଦକ୍ଷ ସାଙ୍ଗଠନିକ ନେତା ଭାବେ ପରିଚିତ ।