ପଂଜାବ, ୧୬/୫: ଲୋକସଭା ନିର୍ବାଚନ ଶେଷ ପର୍ଯ୍ୟାୟରେ ପହଁଚିଛି । ଏହି ସମୟରେ ସମସ୍ତ ରାଜନୈତିକ ଦଳ ନିଜନିଜ ପ୍ରଚାରକୁ ଜୋରଦାର କରିଛନ୍ତି । ନେତାମାନେ ପ୍ରଚାର ସମୟରେ ଭିନ୍ନ ଭିନ୍ନ ଅନ୍ଦାଜରେ ନଜରକୁ ଆସୁଛନ୍ତି । କିଏ କାର ତ ଆଉ କିଏ ବସ ଏବଂ ବାଇକରେ ପ୍ରଚାର କରୁଛନ୍ତି । ଏହା ମଧ୍ୟରେ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧି ଜମିରେ ଟ୍ରାକ୍ଟର ଚଳାଉଥିବା ଦେଖିବାକୁ ମିଳିଛି । ଏହାସହ ଟ୍ରାକ୍ଟରରେ ତାଙ୍କ ସହ କ୍ୟାପ୍ଟେନ ଅମରିନ୍ଦର ସିଂ ମଧ୍ୟ ବସିଥିଲେ । ଏହାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି ।
ଏହି ଭିଡିଓକୁ କଂଗ୍ରେସର ଟ୍ୱିଟର ଆଇଡିରେ ଅପଲୋଡ କରାଯାଇଛି । ଏହି ଭିଡିଓରେ ରାହୁଲ ଡ୍ରାଇବର ସିଟରେ ବସିଥିବା ଦେଖିବାକୁ ମିଳିଛି । ତାଙ୍କ ସହ ପଂଜାବ ମୁଖୟମନ୍ତ୍ରୀ ଅମରିନ୍ଦର ସିଂ ସମେତ ଅନ୍ୟ କଂଗ୍ରେସ ନେତା ଟ୍ରାକ୍ଟରର ବସିଛନ୍ତି । ଆଖପାଖର କିଛି ଲୋକ ମଧ୍ୟ ଟ୍ରାକ୍ଟର ସହ ଦୌଡୁଥିବା ଦେଖିବାକୁ ମିଳିଛି ।