ନୂଆଦିଲ୍ଳୀ,୨୪/୧୧: ରାଷ୍ଟ୍ରୀୟ ସ୍ୱଂୟ ସେବକ ସଂଘର ମୂଖ୍ୟ ମୋହନ ଭାଗବତ ଆଜି ପତଞ୍ଜଳିର ନବନିର୍ମିତ ଗୁରୁକୁଳମ ଭବନ ଉଦଘାଟନ କରିଛନ୍ତି । ସେଥିପାଇଁ ସେ ବାବା ରାମଦେବ, ଆଚାର୍ଯ୍ୟ ବାଳକୃଷ୍ଣଙ୍କ ସହିତ ହୋମ କାର୍ଯ୍ୟରେ ଭାଗ ନେଇଥିଲେ । ଏହା ପରେ ସେ ଆବାସୀୟ ଶିକ୍ଷାନୁଷ୍ଠାନ ଭବନ ଉଦଘାଟନ କରିଥିଲେ ।
ଶୁକ୍ରବାର ପତଞ୍ଜଳି ଯୋଗପୀଠରେ ମୋହନ ଭାଗବତ ପହଂଚିବା ପରେ ଯୋଗ ଗୁରୁ ସ୍ୱାମୀ ରାମଦେବ ଓ ଆଚାର୍ଯ୍ୟ ବାଳକୃଷ୍ଣ ତାଙ୍କୁ ସ୍ୱାଗତ କରିଥିଲେ । ସେଠାରେ ପହଂଚିବା ପରେ ମୋହନ ଭାଗବତ ପତାଞ୍ଜଳିର ବିଭିନ୍ନ ପ୍ରକଳ୍ପ ଗୁଡିକ ବୁଲି ଦେଖିଥିଲେ । ସେ ଏଠାରେ ତିଆରି ହେଉଥିବା ଉତ୍ପାଦନ ଓ ଶିକ୍ଷା ସମ୍ବନ୍ଧୀୟ ପ୍ରକଳ୍ପ ଗୁଡିକର ବିଷୟରେ ମଧ୍ୟ ପଚାରି ବୁଝିଥିଲେ । ଏହି ଯାତ୍ରା ସମୟରେ ସେ ପତଞ୍ଜଳୀକୁ ରାଷ୍ଟ୍ର ନିର୍ମାଣର ଗୁରୁତ୍ୱପୁର୍ଣ୍ଣ ଭୂମିକାକୁ ପ୍ରସଂଶା କରିଥିଲେ ।
Next Post