ନୂଆଦିଲ୍ଲୀ, ୧/୧: ବଲିଉଡର ଲୋକପ୍ରିୟ ଅଭିନେତା ତଥା ନିର୍ଦ୍ଦେଶକ କାଦାର ଖାନଙ୍କର ୮୧ ବର୍ଷ ବୟଷରେ ନିଧନ ହୋଇଛି । କାନାଡାର ଏକ ଚିକିତ୍ସାଳୟରେ ସେ ଶେଷ ନିଃଶ୍ୱାସ ତ୍ୟାଗ କରିଥିବା ତାଙ୍କ ପୁଅ ସରଫରାଜ ଖାନ ସ୍ପଷ୍ଟ କରିଛନ୍ତି । ସେ କହିଛନ୍ତି କି, ବାପାଙ୍କର ଚିକିତ୍ସା କାନାଡାର ଏକ ଚିକିତ୍ସାଳୟରେ ଚାଲିଥିଲା । ଡାକ୍ତରମାନେ ବହୁ ଚେଷ୍ଟା କରିଥିଲେ ମଧ୍ୟ ତାଙ୍କୁ ବଞ୍ଚାଇବାରେ ଅସଫଳ ହୋଇଥିଲେ । ସେ ଗତ ୧୬-୧୭ ସପ୍ତାହ ଧରି ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ । ୩୧ ଡିସେମ୍ବର ଅପରାହ୍ନରେ ସେ ହଠାତ କୋମାକୁ ଚାଲିଯାଇଥିଲେ ଏବଂ ସନ୍ଧ୍ର୍ୟ ୬ ଟା (କାନାଡିଆନ୍ ସମୟାନୁଯାୟୀ) ବେଳେ ସେ ଶେଷ ନିଃଶ୍ୱସ ତ୍ୟାଗ କରିଛନ୍ତି । ତେବେ କାଦରଙ୍କ ପରିବାର କାନାଡାରେ ବସବାସ କରୁଥିବାରୁ ତାଙ୍କ ଅନ୍ତିମ ସଂସ୍କାର ସେଠାରେ ହିଁ ସମ୍ପନ୍ନ କରାଯିବ ।
ବଲିଉଡର ବରିଷ୍ଠ ଅଭିନେତା ତଥା ହାସ୍ୟକାର କାଦର ଖାନଙ୍କ ସ୍ୱାସ୍ଥ୍ୟ ଅବସ୍ଥା କିଛିଦିନ ହେବ ଗୁରୁତର ଥିବାରୁ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । କାଦାର ଖାନ ୧୯୭୩ରେ ରିଲିଜ ହୋଇଥିବା ସୁପରହିଟ୍ ଫିଲ୍ମ ‘ଦାଗ’ ଜରିଆରେ ଅଭିନୟ ଜଗତରେ ପାଦ ଦେଇଥିଲେ । ନିଜ କ୍ୟାରିୟର ମଧ୍ୟରେ ସେ ୩୦୦ରୁ ଅଧିକ ଫିଲ୍ମରେ ଅଭିନୟ କରିଥିଲେ ।
Next Post