ବେଙ୍ଗାଲୁରୁ, ୩୧/୧୨: ୯୧ ବର୍ଷ ବୟସରେ ହୃଦ୍ଘାତରେ ବରିଷ୍ଠ କନ୍ନଡ଼ ଅଭିନେତା ସି.ଏଚ୍ ଲୋକନାଥଙ୍କ ପରଲୋକ ହୋଇ ଯାଇଛି । କନଡ଼ ଫିଲ୍ମ ଇଣ୍ଡଷ୍ଟ୍ରୀରେ ‘ଅଙ୍କଲ’ ଭାବେ ପରିଚିତ ଲୋକନାଥ ରବିବାର ମଧ୍ୟରାତିରେ ସେ ହୃଦ୍ଘାତର ଶିକାର ହୋଇଥିଲେ । ଏହାର କିଛି ଘଣ୍ଟା ମଧ୍ୟରେ ସେ ଶେଷ ନିଃଶ୍ୱାସ ତ୍ୟାଗ କରିଛନ୍ତି । ୧୯୭୦ରେ ଲୋକନାଥ୍ ‘ସଂସ୍କାର୍’ ଫିଲ୍ ମାଧ୍ୟମରେ ତାଙ୍କ ଅଭିନେତା କ୍ୟାରିୟର୍ ଆରମ୍ଭ କରିଥିଳେ । ଏହି ଫିଲ୍ମ ଜାତୀୟ ପୁରସ୍କାର ପାଇଥିଲା । ଏହା ପରେ ସେ ଭିନ୍ନ ଭିନ୍ନ ଚରିତ୍ରରେ ଅଭିନୟ ଦୁନିଆରେ ନିଆରା ଛାପ ଛାଡ଼ିଥିଲେ । ଲୋକନାଥ ୬୫୦ରୁ ଅଧିକ କନ୍ନଡ ଫିଲ୍ମ ଓ ୧୦୦୦ରୁ ଅଧିକ ନାଟକରେ ମଧ୍ୟ କାମ କରିଛନ୍ତି ।