ବ୍ୟୁନସ,୧/୧୨: ଭାରତୀୟ ବ୍ୟାଙ୍କଗୁଡିକୁ କୋଟି କୋଟି ଟଙ୍କ ଚୁନା ଲଗାଇ ବିଦେଶ ପଳାୟନ କରିଥିବା ଆର୍ଥିକ ଅପରାଧୀ ଉପରେ କେନ୍ଦ୍ର ସରକାର ଲଗାମ ଲଗାଇବା ପାଇଁ ପ୍ରସ୍ତୁତି ଆରମ୍ଭ କରି ଦେଇଛନ୍ତି। ଏମିତି ଅପରାଧକୁ ରୋକିବା ସହିତ ପଳାତକ ଆର୍ଥିକ ଅପରାଧିଙ୍କୁ କାନୁନର କାଠଗଡ଼ାକୁ ଆଣିବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଜି-୨୦ ଦେଶ ସହିତ ମିଶି ଏକ ଠୋସ୍ ପଦକ୍ଷେପ ଉଠାଇଛନ୍ତି। ଭାରତ ପଳାତକ ଆର୍ଥିକ ଅପରାଧିଙ୍କ ମୁକାବିଲା କରିବା, ସେମାନଙ୍କର ଚିହ୍ନଟ କରିବା, ପ୍ରତ୍ୟର୍ପଣ ଓ ସେମାନଙ୍କର ସଂପତ୍ତି ଜବତ କରିବା ପାଇଁ ଜି-୨୦ ଦେଶଠୁ ଏକ ମଜବୁତ ଓ ସକ୍ରିୟ ସହଯୋଗ ମାଗିଛନ୍ତି।
ଅନ୍ତରାଷ୍ଟ୍ରୀୟ ବ୍ୟାପାର, ଅନ୍ତରାଷ୍ଟ୍ରୀୟ ଆର୍ଥିକ ଓ କର ପ୍ରଣାଳୀ ଉପରେ ଜି-୨୦ ଶିଖର ସମ୍ମିଳନୀର ଦ୍ଵିତୀୟ ଅଧିବେଶନରେ ଆର୍ଥିକ ଅପରାଧୀଙ୍କ ବିରୋଧରେ ୯ ସୂତ୍ରୀୟ ଏଜେଣ୍ଡା ଉପସ୍ଥାପନ କରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି ଯେ ପଳାତକ ଆର୍ଥିକ ଅପରାଧୀଙ୍କୁ ଦେଶରେ ପ୍ରବେଶ ଦେବା ଓ ସୁରକ୍ଷିତ ଆଶ୍ରୟସ୍ଥଳୀ ପାଇବାରେ ରୋକିବା ପାଇଁ ସଦସ୍ୟ ଦେଶ ଦ୍ଵାର ମିଳିତ ପ୍ରୟାସରେ ଏକ ତନ୍ତ୍ର ଓ ପ୍ରକ୍ରିୟା କରିବାର ଆବଶ୍ୟକତା ରହିଛି।