ପାକିସ୍ତାନକୁ ଆମେରିକୀ ଝଟ୍‌କା

0

ୱାଶିଂଟନ, ୨୧/୧୧: ଆମେରିକାର ରାଷ୍ଟ୍ରପତି ଡୋନାଲï ଟ୍ରମ୍ପଙ୍କ ନିର୍ଦ୍ଦେଶ ଅନଯାୟୀ ଆମେରିକା ତରଫରୁ ପାକିସ୍ତାନକୁ ଦିଆଯାଉଥିବା ୧.୬୬ ବିଲିୟନ ଡଲାର୍‌ ସୁରକ୍ଷା ସହାୟତା ରାଶିକୁ ସ୍ଥଗିତ କରାଯାଇଛି । ଏନେଇ ପେଣ୍ଟାଗନ ତରଫରୁ ସୁଚନା ଦିଆଯାଇଛି । ପ୍ରତିରକ୍ଷା ବିଭାଗ ମୁଖପାତ୍ର କର୍ଣ୍ଣଲ ରାୱ ମୈନିଙ୍ଗ ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି, ପାକିସ୍ତାନକୁ ଦିଆଯାଉଥିବା ୧.୬୬ ବିଲିୟନ ଡଲାର୍‌ ସୁରକ୍ଷା ସହାୟତା ରାଶିକୁ ସ୍ଥଗିତ କରିଦିଆଯାଇଛି ।
ଓବାମା ସରକାର, ଆଫଗାନିସ୍ତାନ, ପାକିସ୍ତାନ ଏବଂ ମଧ୍ୟ ଏସିଆର ଉପସହାୟକ ପ୍ରତିରକ୍ଷା ମନ୍ତ୍ରୀ ଭାବରେ କାମ କରିଥିବା ଡେବିଡ ସିଡନୀଙ୍କ କହିବା ଅନୁଯାୟୀ, ପାକିସ୍ତାନକୁ ଦିଆଯାଉଥିବା ସୈନ୍ୟ ସହାୟତା ରାଶି ଉପରେ ଏବର୍ଷ ଜାନୁଆରୀଠାରୁ ରୋକ ଲଗାଯିବ । କାରଣ ପାକିସ୍ତାନ ଆମେରିକାକୁ ନିରାଶ କରିଛି । ଆତଙ୍କବାଦୀଙ୍କ ବିରୋଧରେ ଏହି ଦେଶ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁନାହିଁ । ଏପରି କି ପାକିସ୍ତାନ ନିଜ ପଡୋଶୀ ଦେଶ ଗୁଡିକରେ ହିଂସାର ପ୍ରସାର କରୁଥିବା ସଂଗଠନଗୁଡିକୁ ସମର୍ଥନ କରୁଛି । ସେ ଆହୁରି କହିଛନ୍ତି ଯେ, ପାକିସ୍ତାନର ନେତାମାନେ ସହେଯାଗ କରିବାକୁ ପ୍ରତିଶ୍ରୁତି ଦେଇଥିଲେ, କି;ୁ କେବଳ କଥା ବ୍ୟତୀତ କୌଣସି ଗୁରୁତ୍ୱପୂର୍ଣ୍ଣ ସହେଯାଗ ମିଳିଲା ନାହିଁ । ତେଣୁ ରାଷ୍ଟ୍ରପତି ଟ୍ରମ୍ପ ଏବଂ ଅଧିକାଂଶ ଆମେରିକୀୟ ହତାଶ ଅଛନ୍ତି ।

Leave A Reply

Your email address will not be published.