ବଲିଉଡରେ ଶାହାରୁଖ ଖାନ ଏବଂ କାଜୋଲଙ୍କ ଯୋଡିକୁ ଦର୍ଶକ ସବୁଠୁ ଅଧିକ ପସନ୍ଦ କରନ୍ତି । ସିଲଭର ସ୍କ୍ରିନରେ ଏହି ଯୋଡି ସର୍ବଦା ଧମାଲ ମଚାଇ ଆସିଛି । ତେବେ ବଲିଉଡର ଏହି ସୁପର ହିଟ୍ ଯୋଡି ପୁଣି ଥରେ ସିଲଭର ସ୍କ୍ରିନରେ ନଜର ଆସିବାର ଯୋଜନା କରୁଥିବା ଜଣା ପଡିଛି । ଦୁହେଁ ନିର୍ମାତା ଦିନେଶ ବିଜନ୍ଙ୍କ ସୁପରହିଟ୍ ଫିଲ୍ମ ‘ହିନ୍ଦୀ ମିଡିଅମ୍’ର ସିକେ ୍ୱଲ୍ରେ ନଜର ଆସି ପାରନ୍ତି ବୋଲି ଚର୍ଚ୍ଚା ହେଉଛି । ୨୦୧୭ର ଫିଲ୍ମ ‘ହିନ୍ଦି ମିଡିଅମ୍’ରେ ଇରଫାନ ଖାନ ମୁଖ୍ୟ ଭୂମିକାରେ ନଜର ଆସିଥିଲେ । ଏହି ଫିଲ୍ମରେ ସବା କମର ଏବଂ ଦୀପକ ଡୋବ୍ରିୟାଲ ମଧ୍ୟ ଗୁରୁତ୍ୱପୁର୍ଣ୍ଣ ଭୂମିକାରେ ନଜର ଆସିଥିଲେ । ଏହାର ନିର୍ଦ୍ଦେଶନା ଦେଇଥିଲେ ସାକେତ ଚୌଧୁରୀ । ୨୩ କୋଟି ବଜେଟଯୁକ୍ତ ଏହି ଫିଲ୍ମ ବକ୍ସ ଅଫିସରେ ଭଲ ପ୍ରଦର୍ଶନ କରିଥିଲା ।
ତେବେ ‘ହିନ୍ଦି ମିଡିଅମ୍-୨’ ରେ ଇରଫାନ ମଧ୍ୟ ନଜର ଆସିବେ ବୋଲି ଚର୍ଚ୍ଚା ହେଉଛି । ଏଥର ଏହାର କାହାଣୀ କେବଳ ଭାରତ ଭିତରେ ନ ରହି ଆମେରିକା ଯାଏଁ ଲମ୍ବିବ ବୋଲି ଜଣାଯାଇଛି । ଶହାରୁଖ ଏବଂ କାଜୋଲ ଏହି ଫିଲ୍ମର ସ୍କ୍ରିପଫ ମଧ୍ୟ ପଢି ସାରିଥିବା କୁହାଯାଉଛି । ‘ଡିଡିଏଲଜେ’ ଭଳି ସୁପରହିଟ୍ ଫିଲ୍ମ ଦେଇଥିବା ଶାହାରୁଖ ଏବଂ କାଜୋଲ ପୂର୍ବ ଫିଲ୍ମ ‘ଦିଲୱାଲେ’ ରେ ନିଜ ଜାଦୁ ଚଲାଇ ପାରି ନଥିଲେ । କି;ୁ ଦର୍ଶକ ଦୁହିଁଙ୍କ କେମେଷ୍ଟ୍ରିକୁ ଖୁବ୍ ପସନ୍ଦ କରିଥିଲେ । ତେବେ ଏହା ପରେ ଏହି ଯୋଡିଙ୍କୁ ଅନ୍ୟ କୌଣସି ଫିଲ୍ମରେ ଦେଖିବାକୁ ମିଳିନଥିଲା ।