ପୁଣି ବିବାହ କରିବେ ପୁଟିନ୍‌

0

ମସ୍କୋ, ୨୧/୧୨ : ରୁଷୀୟ ରାଷ୍ଟ୍ରପତି ଭ୍ଲାଦିମିର୍‌ ପୁଟିନ୍‌ ପୁଣି ଥରେ ବିବାହ କରି ପାରନ୍ତି । ପୁଟିନ୍‌ ଖୋଦ୍‌ ଏହାର ଖୁଲାସା କରିଛନ୍ତି । ପୁଟିନ କହିଛନ୍ତି, ସମ୍ଭବତଃ ସେ ପୁଣି ଥରେ ବିବାହ କରି ପାରନ୍ତି । କି;ୁ ସେ କାହାକୁ ବିବାହ କରିବେ ତାହା ସ୍ପଷ୍ଟ କରି ନାହାନ୍ତି । ୬୬ ବର୍ଷିୟ ପୁଟିନ୍‌ ସର୍ବଦା ନିଜର ବ୍ୟକ୍ତିଗତ ତଥ୍ୟ ଏବଂ ନିଜ ପରିବାର ସମ୍ପର୍କରେ ଗୋପନୀୟତା ବଜାୟ ରଖନ୍ତି । କି;ୁ ଆନ୍ତର୍ଜାତିକ ସମ୍ପର୍କ ଏବଂ ଅର୍ଥ ବ୍ୟବସ୍ଥାକୁ ନେଇ ଚାଲିଥିବା ତାଙ୍କର ଏକ ସାମ୍ବାଦିକ ସମ୍ମିଳନୀରେ ଜଣେ ସାମ୍ବାଦିକ ପଚାରିଥିବା ପ୍ରଶ୍ନର ଉତ୍ତର ଦେଇ ସେ ଏଭଳି କହିଛନ୍ତି । ତେବେ ପୁଟିନ୍‌ ସ୍ମିତହସ୍ୟ ସହ ପ୍ରଶ୍ନର ଉତ୍ତର ଦେଇ କହିଛନ୍ତି, ଜଣେ ସମ୍ମାନିତ ବ୍ୟକ୍ତି ହିସାବରେ ଜୀବନରେ କୌଣସି ନା କୌଣସି ସମୟରେ ମତେ ବିବାହ କରିବାକୁ ପଡିବ । ପୁଟିନ୍‌ ୧୯୮୩ରେ ଲ୍ୟୁଦମିଲାଙ୍କୁ ବିବାହ କରିଥିଲେ ଏବଂ ୨୦୧୩ ମସିହାରେ ଦୁହିଁଙ୍କର ଛାଡପତ୍ର ହୋଇଥିଲା । ସେମାନଙ୍କର ୨ ଝିଅ କ୍ୟାଟେରିନା ଏବଂ ମାରିଆ ସର୍ବଦା ରାଜନୈତିକ ଚର୍ଚ୍ଚାରୁ ଦୂରେଇ ରୁହନ୍ତି । ତେବେ ପନିୀ ଲୁ୍ୟଦମିଲାଙ୍କ ସହ ପୁଟିନ୍‌ ଙ୍କର ବିବାହ ବିଚ୍ଛେଦ ହେବା ପରେ ତାଙ୍କ ବ୍ୟକ୍ତିଗତ ଜୀବନ ସଂକ୍ରାନ୍ତରେ ବିଭିନ୍ନ ଗୁଜବ ଶୁଣିବାକୁ ମିଳିଥିଲା । ପୂର୍ବତନ ଅଲିମ୍ପିକ୍ସ ଜିମ୍ନାଷ୍ଟ୍‌ ଆଲିନା କାବେଭାଙ୍କ ସହ ପୁଟିନ୍‌ଙ୍କର ସମ୍ପର୍କ ରହିଛି ବୋଲି ଏକ ରୁଷୀୟ ଖବରକାଗଜ ପ୍ରକାଶ କରିଥିଲେ ହେଁ ସେ ଏହାକୁ ଖଣ୍ଡନ କରିଥିଲେ ।

Leave A Reply

Your email address will not be published.