ପୁଲୱାମା ଆକ୍ରମଣ ଘଟଣା : ସହିଦ ପରିବାରଙ୍କୁ କୋଟିଏ ଟଙ୍କା ଦେବେ ଲତା ମଙ୍ଗେସକର

0

ମୁମ୍ବାଇ,୧୬/୪: ବଲିଉଡର ଲୋକପ୍ରିୟ ଗାୟିକା ଲତା ମଙ୍ଗେସକର ସହିଦ ପରିବାରଙ୍କୁ ଆର୍ଥିକ ସାହାଯ୍ୟ ଦେବା ପାଇଁ ଆଗେଇ ଆସିଛନ୍ତି । ଜମ୍ମୁ କଶ୍ମୀରର ପୁଲୱାମା ଜିଲ୍ଲାରେ ଗତ ଫେବୃୟାରୀ ୧୪ରେ ଆତଙ୍କବାଦୀଙ୍କ ଆକ୍ରମଣରେ ସହିତ ହୋଇଥିବା ୪୦ ଜଣ ଯବାନଙ୍କ ପରିବାରକୁ କୋଟି ଟଙ୍କା ସହାୟତା ଦେବାକୁ ସୋମବାର ସଂକଳ୍ପ ନେଇଛନ୍ତି ।

ମାଷ୍ଟର ଦିନାନାଥ ମଙ୍ଗେସକରଙ୍କ ବଂଶଜ ଆଦିନାଥ ମଙ୍ଗେଶକର ଖୁଲାସା କରିଛନ୍ତି ଯେ, ଗାୟିକା ନିଜର ଖାତାରୁ ଭାରତ ସରକାରଙ୍କ ଦ୍ୱାରା ଆରମ୍ଭ କରାଯାଇଥିବା ‘ବୀର ସଂଗଠନ’କୁ ଏହି ରାଶି ସହିଦ ପରିବାରକୁ ଦେବେ । ଜମ୍ମୁ କଶ୍ମୀରର ପୁଲୱାମା ଜିଲ୍ଲାରେ ଆତଙ୍କବାଦୀମାନେ ଫେବୃୟାରୀ ୧୪ରେ ଆତ୍ମଘାତୀ ବୋମା ବିସ୍ଫୋରଣ କରିଥିଲେ । ଏଥିରେ ୪୦ ଜଣ ଯବାନ ସହିଦ ହୋଇଥିଲେ । ଘଟଣା ଦିନ ପ୍ରାୟ ୨୦୦୦ରୁ ଅଧିକ ସିଆରପିଏଫ ଯବାନ ଜମ୍ମୁ ଠାରୁ ଶ୍ରୀନଗର ଅଭିମୁଖେ ପ୍ରାୟ ୭୦ରୁ ଅଧିକ ବସ ଯୋଗେ ଯାଉଥିଲେ ।

ଆଦିନାଥ କହିଛନ୍ତି, ଲତା ମଙ୍ଗେସକରଙ୍କ ଦ୍ୱାରା ଦିଆଯିବାକୁ ଥିବା ଏକ କୋଟି ଟଙ୍କା ବ୍ୟତୀତ ମିତ୍ର କଶ୍ମୀର ଘାଟିରେ ସହିଦ ହୋଇଥିବା ବିଏସଏଫ ଯବାନଙ୍କ ପରିବାରକୁ ଅତିରିକ୍ତ ୧୧ ଲକ୍ଷ ଟଙ୍କା ଦିଆଯିବ । ମାଷ୍ଟର ଦିନାନାଥ ମଙ୍ଗେସକର ପୁରସ୍କାର ରାଶି ଘୋଷଣା ଅବସରରେ ଏହି ସୂଚନା ଦେଇଛନ୍ତି । ଏହି ଅବସରରେ ଲତା ମଙ୍ଗେସକରଙ୍କ ଭଉଣୀ ଓ ଭାଇ ହୃଦୟନାଥ ମଙ୍ଗେସକର ମଧ୍ୟ ଉପସ୍ଥିତ ଥିଲେ ।

Leave A Reply

Your email address will not be published.