ନୂଆଦିଲ୍ଲୀ,୧୭/୫: ଆଜି ପେଟ୍ରୋଲ ଦର ୮ରୁ୯ ପଇସା ଶସ୍ତା ହୋଇଛି । କିନ୍ତୁ ଡିଜେଲର ଦାମରେ ୫-୬ ପଇସା ଅଭିବୃଦ୍ଧି ଘଟିଛି । ପ୍ରାୟ ୭ଦିନ ପରେ ଡିଜେଲ ଦାମରେ ପରିବର୍ତନ ଦେଖିବାକୁ ମିଳିଛି । ଗତକାଲି ଡିଜେଲ ଦାମରେ ୬ ପଇସାର ବୃଦ୍ଧି ଘଟିଥିଲା । କିନ୍ତୁ ପେଟ୍ରୋଲ ଦାମରେ କୌଣସୀ ପରିବର୍ତନ ହୋଇନଥିଲା ।
ବର୍ତମାନ ଅନ୍ତରାଷ୍ଟ୍ରୀୟ ସ୍ତରରେ ଅଶୋଧିତ ତୈଳ ଦାମ ବ୍ୟାରେଲ ପିଛା ୭୩.୦୩ ଡଲାର ରହିଛି । ଚଳିତ ସପ୍ତାହରେ ଏହାର ଦାମ ୭ ପ୍ରତିଶତ କମ ହୋଇଛି । ତେଣୁ ଭାରତୀୟ ବଜାରରେ ପେଟ୍ରୋଲ ଦାମ ହ୍ରାସ ପାଇଛି ।