ଲକ୍ଷ୍ନୌ,୧୯/୩: କଂଗ୍ରେସ ମହାସଚିବ ପ୍ରିୟଙ୍କା ଗାନ୍ଧୀ ଭଦ୍ରା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ କରିଛନ୍ତି ଟାର୍ଗେଟ୍। ଗଙ୍ଗାଯାତ୍ରା ଅଭିଯାନ ଅବସରରେ ପ୍ରିୟଙ୍କା ମଙ୍ଗଳବାର କହିଛନ୍ତି ଯେ, ମୋଦି ୫୬ ଇଞ୍ଚ ଛାତି କଥା କହୁଥିବାବେଳେ ଯୁବବର୍ଗଙ୍କୁ ନିଯୁକ୍ତି ଦେବାରେ ରହିଛନ୍ତି ଅସଫଳ। ଏହାଦ୍ୱାରା ଦେଶରେ ବେକାରଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ସେହିପରି ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କୁ ମଧ୍ୟ ସେ ଟାର୍ଗେଟ୍ କରିଛନ୍ତି। ଯୋଗୀଙ୍କ ୨ ବର୍ଷର ଶାସନରେ ରାଜ୍ୟରେ ଏନକାଉଣ୍ଟର ରାଜ ଜାରି ରହିଛି। ଏହାଦ୍ୱାରା ଅପରାଧୀଙ୍କ ବଦଳରେ ନିରୀହ ଲୋକେ ଅଧିକ ହଇରାଣ ହେବାରେ ଲାଗିଛନ୍ତି। ଅପରପକ୍ଷରେ ରାଜ୍ୟରେ ଦୁର୍ନୀତି ଚରମସ୍ତରରେ ପହଞ୍ଚିଥିବା ପ୍ରିୟଙ୍କା ଅଭିଯୋଗ କରିଛନ୍ତି।