ପ୍ରେମକୁ ନେଇ ମୁହଁ ଖୋଲିଲେ ମଲାଇକା

0

ମୁମ୍ବାଇ, ୧୫/୧୧ : ବଲିଉଡର ଲୋକପ୍ରିୟ ଅଭିନେତା ଅର୍ଜୁନ କପୁର ଏବଂ ଅଭିନେତ୍ରୀ ମଲାଇକା ଅରୋରାଙ୍କ ମଧ୍ୟରେ ଥିବା ସମ୍ପର୍କକୁ ନେଇ ଏବେ ଚର୍ଚ୍ଚା ଜୋର ଧରିଛି । କେବଳ ସେତିକି ନୁହେଁ ସେମାନେ ଖୁବ୍‌ ଶୀଘ୍ର ବିବାହ ବନ୍ଧନରେବନ୍ଧି ହୋଇପାରନ୍ତି ବୋଲି ମଧ୍ୟ କୁହାଯାଉଛି । ଏହା ବ୍ୟତୀତ କିଛିଦିନ ହେଲା ମଲାଇକା ଏବଂ ଅର୍ଜୁନଙ୍କୁ ବିଭିନ୍ନ ସ୍ଥାନରେ ଏକତ୍ର ଦେଖିବାକୁ ମିଳୁଛି । ମଲାଇକାଙ୍କ ଜନ୍ମ ଦିନର ପାର୍ଟି ହେଉ ଅବା ଦୀବାଲି ପାର୍ଟି ଦୁହେଁ ଏକା ସାଥିରେ ନଜର ଆସୁଛନ୍ତି । ତେବେ ଏହି ବାବଦରେ ମଲାଇକା ନିଜ ପ୍ରତିକ୍ରିୟା ରଖିଛନ୍ତି । ଏକ ଇଣ୍ଟରଭୁ୍ୟରେ ସେ କହିଛନ୍ତି ଯେ, ନିଜ ବ୍ୟକ୍ତିଗତ ଜୀବନ ସମ୍ବନ୍ଧରେ ସେ କହିବାକୁ ପସନ୍ଦ କରନ୍ତି ନାହିଁ । ନିଜ ବ୍ୟକ୍ତିଗତ ଜୀବନକୁ ନେଇ ଚର୍ଚ୍ଚା କରିବା ମତେ ପସନ୍ଦ ନୁହେଁ ବୋଲି ସେ କହିଛନ୍ତି । ତାଙ୍କ ଜୀବନରେ ଯାହା କିଛି ବି ଘଟୁଛି ତାହା ସମସ୍ତଙ୍କୁ ଜଣା ଅଛି । ତେଣୁ ଏହାକୁ ନେଇ ଚର୍ଚ୍ଚା କରିବା ଅନାବଶ୍ୟକ ବୋଲି ସେ କହିଛନ୍ତି । ସୂଚନାଯୋଗ୍ୟ ଯେ, ମଲାଇକା ଏବଂ ଅର୍ଜୁନ ଦୀର୍ଘଦିନ ହେଲା ପରସ୍ପରକୁ ଡେଟ କରୁଛନ୍ତି । ଜନଗହଳି ସ୍ଥାନରେ ଦୁହେଁ ପରସ୍ପରର ହାତ ଧରି ଚାଲୁଥିବା ମଧ୍ୟ ଦେଖିବାକୁ ମିଳିଥିଲା ।

Leave A Reply

Your email address will not be published.