ଭୁବନେଶ୍ୱର, ୧୪ /୧୧: ମେକ୍ ଇନ୍ ଓଡିଶା କନକ୍ଲେଭର ଚତୁର୍ଥ ଦିନରେ ଯୋଗ ଦେଇ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ମିଶନ ଶକ୍ତି ସଦସ୍ୟାଙ୍କୁ ସ୍ମାର୍ଟ ଫୋନ ଦେବା ପାଇଁ ଘୋଷଣା କରିଛନ୍ତି । ଏହାଦ୍ୱାରା ରାଜ୍ୟରେ ଥିବା ୬ ଲକ୍ଷ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀର ୭୦ ଲକ୍ଷ ମହିଳା ଉପକୃତ ହେବେ । ଏହାଦ୍ୱାରା ମହିଳାମାନେ ଡିଜିଟାଲ ସଶକ୍ତ ହୋଇପାରିବେ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। ଆହୁରି ମଧ୍ୟ ମୁଖ୍ୟମନ୍ତ୍ରୀ କହିଛନ୍ତି ମାତୃ ମୃତ୍ୟୁ ହାର ହ୍ରାସ କରିବାରେ ଓଡିଶା ଆଗରେ ରହିଛି । ସେହିପରି ଶିଶୁ ମୃତ୍ୟୁ ହାରରେ ଓଡିଶା ଜାତୀୟ ହାର ଠାରୁ ଭଲ ସ୍ଥିତିରେ ରହିଛି । ମହିଳାମାନଙ୍କ ରାଜନୈତିକ ସଶକ୍ତିକରଣ କ୍ଷେତ୍ରରେ ବିଜୁ ବାବୁ ଥିଲେ ଅଗ୍ରଦୂତ । ର୍ସେ ପଂଚାୟତିରାଜ ଓ ପୌର ପରିଷଦ ଗୁଡିକରେ ମହିଳାମାନଙ୍କ ପାଇଁ ୩୩ ପ୍ରତିଶତ ସଂରକ୍ଷଣ କରିଥିଲେ । ତାଙ୍କ ସରକାର ଏହାକୁ ୫୦ ପ୍ରତିଶତ କୁ ବୃଦ୍ଧି କରିଛି।