ଫେରିଲେ ସୋନାଲି

0

ମୁମ୍ବାଇ, ୩/୧୨ : ଦୀର୍ଘଦିନ ଧରି କ୍ୟାନସର ସହ ଲଢେଇ କରୁଥିବା ବଲିଉଡ ଅଭିନେତ୍ରୀ ସୋନାଲି ବେନ୍ଦ୍ରେ ୫ ମାସ ପରେ ମୁମ୍ବାଇ ଫେରିଛନ୍ତି । ନିଉୟର୍କଠାରେ ଚିକିତ୍ସିତ ହେଉଥିବା ଏହି ବଲିଉଡ ଅଭିନେତ୍ରୀଙ୍କୁ ଆଜି ସକାଳେ ମୁମ୍ବାଇ ଏୟାରପୋର୍ଟଠାରେ ଦେଖିବାକୁ ମିଳିଥିଲା । ସେ ସ୍ୱାମୀ ଗୋଲ୍‌ଡି ବହଲଙ୍କ ସହ ମୁମ୍ବାଇ ଫେରିଛନ୍ତି ।
ଚଳିତବର୍ଷ ଜୁଲାଇ ମାସ ପ୍ରଥମ ସପ୍ତାହରେ ସୋନାଲି ହାଇଗ୍ରେଡ କ୍ୟାନସରରେ ପିଡୀତ ଥିବା ଜାଣିବାକୁ ମିଳିଥିଲା । ସେ ନିଜ ସୋସାଲ ମିଡିଆ ଜରିଆରେ ନିଜ ଫ୍ୟାନ୍ସଙ୍କୁ ଏହି ସୂଚନା ଦେଇଥିଲେ । ସେ ନୁଇୟର୍କରେ ଚିକିତ୍ସିତ ହେଉଥିବା ମଧ୍ୟ ଏଥିରେ ଜଣାଇଥିଲେ । ମୁମ୍ବାଇ ଫେରିବା ପରେ ସୋନାଲିଙ୍କ ଗୋଲ୍‌ଡି କହିଛନ୍ତି, ସୋନାଲି ଏବେ ସୁସ୍ଥ ଅଛନ୍ତି । ତାଙ୍କ ଚିକିତ୍ସା ଏବେ ବନ୍ଦ ହୋଇଯାଇଛି । କି;ୁ ଏହି ରୋଗ ପୁଣି ଥରେ ଫେରିବାର ଆଶଙ୍କା ରହିଛି । ତେଣୁ ତାଙ୍କର ନିୟମିତ ଚେକଅପ ଜାରୀରହିବ ।

Leave A Reply

Your email address will not be published.