ସାମଗ୍ରୀ- କ୍ଷୀର-୧ କିଲୋ, କଷ୍ଟାର୍ଡ ପାଉଡ଼ର ୩-୪ଚାମଚ, ଚିନି-୨୦୦ଗ୍ରାମ୍, ଅଳ୍ପ କେସର, ଗୁଜୁରାତି ପାଉଡର-୧ଚାମଚ, କଟା ଫଳ ୨କପ୍ (ଡାଳିମ୍ବ, କଦଳୀ, ଅଙ୍ଗୁର, ସେଉ), ଡ୍ରାଏ ଫ୍ରୁଟ୍ସ-୧କପ୍ (ବାଦାମ, କାଜୁ, ପିସ୍ତା, ଖିସ୍ମିସ୍) ।
ପ୍ରଣାଳୀ- ସର୍ବପ୍ରଥମେ କ୍ଷୀରରେ ଚିନି ପକାଇ ଭଲ ରୂପେ ଫୁଟେଇ ଦିଅନ୍ତୁ, ଯେପରି ଏହା ମରି ମରି ହଳଦିଆ ପଡ଼ିଯିବ । ଅନ୍ୟ ଏକ ପାତ୍ରରେ ଅଳ୍ପ ଥଣ୍ଡା କ୍ଷୀର ଏବଂ ଏଥିରେ କଷ୍ଟର୍ଡ ପାଉଡ଼ରକୁ ପକାଇ ଭଲ ମିସ୍କ କରିଦିଅନ୍ତୁ । ଥଣ୍ଡା କ୍ଷୀରରେ ଏବେ ଗମ କ୍ଷୀରକୁ ପକାଇ ଭଲ ଭାବରେ ଫେଣ୍ଟି ଦିଅନ୍ତୁ । କ୍ଷୀରରେ ଏବେ ଗୁଜୁରାତି ଗୁଣ୍ଡ ଏବଂ କେସରକୁ ପକାଇ ମିଶ୍ରଣ କରନ୍ତୁ । ଏହାପରେ ଏହାକୁ ଚୁଲାରୁ ହଟେଇ ଥଣ୍ଡା ହେବା ପାଇଁ କିଛି ସମୟ ରଖିଦିଅନ୍ତୁ । ଯେତେବେଳେ ଏହା ଥଣ୍ଡା ହୋଇଯିବ ଏଥିରେ କଟା ହୋଇଥିବା ଫଳ ଏବଂ ସମସ୍ତ ଡ୍ରାଏ ଫ୍ରୁଟ୍ସକୁ ପକାଇ କିଛି ସମୟ ଫ୍ରିଜ୍ରେ ରଖିଦିଅନ୍ତୁ । ଟିକେ ଥଣ୍ଡା ହୋଇଗଲା ପରେ ଏବେ ଏହାକୁ ବାହାରକୁ ବାହାର କରି ପରଷନ୍ତୁ ।
Prev Post
Next Post