ବରିଷ୍ଠ କଂଗ୍ରେସ ନେତା ସି.ଏନ. ବାଲାକୃଷ୍ଣନଙ୍କ ପରଲୋକ

0

ନୂଆଦିଲ୍ଲୀ,୧୧/୧୨: ବରିଷ୍ଠ କଂଗ୍ରେସ ନେତା ଓ ପୂର୍ବତନ କେରଳ ମନ୍ତ୍ରୀ ସି.ଏନ୍‌. ବାଲକୃଷ୍ଣନ୍‌ଙ୍କ ଏକ ଘରୋଇ ହସ୍ପିଟାଲରେ ପରଲୋକ ଘଟିଛି । ସେ ନିମୋନିଆରେ ଆକ୍ରାନ୍ତ ହୋଇ ଏକ ଘରୋଇ ଡାକ୍ତରଖାନାରେ ଚିକିତ୍ସିତ ହେଉଥିଲେ । ମୃତ୍ୟୁ ବେଳକୁ ତାଙ୍କୁ ୮୭ବର୍ଷ ହୋଇଥିଲା। ୨୦୧୧ରେ ବାଲକୃଷ୍ଣ ପ୍ରଥମ ଥର ଲାଗି ନିର୍ବାଚନ ଲଢ଼ିଥିଲେ ଓ ଉମ୍ମେନ୍‌ ଚାଣ୍ଡିଙ୍କ କ୍ୟାବିନେଟ୍‌ରେ ସମବାୟ ମନ୍ତ୍ରୀ ହୋଇଥିଲେ।

କେରଳର ପୂର୍ବତନ ମୁଖ୍ୟମନ୍ତ୍ରୀ କେ. କରୁଣାନିଧିଙ୍କ ଦୀର୍ଘଦିନର ସହଯୋଗୀ ବାଲକୃଷ୍ଣ ୧୭ବର୍ଷ ଧରି ତ୍ରିସୁର ଜିଲ୍ଲା କଂଗ୍ରେସ କମିଟିର ଅଧ୍ୟକ୍ଷ ଥିଲେ। ସେ ଦୀର୍ଘଦିନ ଧରି କଂଗ୍ରେସ ରାଜ୍ୟ ୟୁନିଟ୍‌ର କୋଷାଧ୍ୟକ୍ଷ ମଧ୍ୟ ରହିଥିଲେ।

Leave A Reply

Your email address will not be published.