ବାହାହେବେ ପରିଣିତି

0

ମୁମ୍ବାଇ, ୧୫/୧୨ : ବଲିଉଡର ଦେଶୀଗର୍ଲ ପ୍ରିୟଙ୍କା ଚୋପ୍ରା ଏବଂ ବିଦେଶି ଗାୟକ ନିକି ଜୋନ୍ସଙ୍କ ବିବାହ ପରେ ଚୋପ୍ରା ପରିବାରରେ ପୁଣି ଏକ ବିବାହ ଉତ୍ସବର ଯୋଜନା ଚାଲିଛି । ପ୍ରିୟଙ୍କାଙ୍କ ଭଉଣୀ ତଥା ଅଭିନେତ୍ରୀ ପରିଣିତି ଚୋପ୍ରା ଖୁବ୍‌ ଶୀଘ୍ର ବିବାହ କରିବେ ବୋଲି ଚର୍ଚ୍ଚା ହେଉଛି । ପ୍ରିୟଙ୍କାଙ୍କ ବିବାହ ପୂର୍ବରୁ ସେ ଏକ ପ୍ରି-େୱଡିଙ୍ଗ ଡିନର ପାର୍ଟିର ଆୟୋଜନ କରିଥିଲେ । ଏଥିରେ ନିକି ଏବଂ ପ୍ରିୟଙ୍କାଙ୍କ ଘନିଷ୍ଠ ବନ୍ଧୁଙ୍କ ବ୍ୟତୀତ ପରିଣିତି ଏବଂ ତାଙ୍କ ବୟଫ୍ରେଣ୍ଡ ଚରିତ ଦେଶାଇଙ୍କୁ ମଧ୍ୟ ଦେଖିବାକୁ ମିଳିଥିଲା । ତେବେ ଶୁଣିବାକୁ ମିଳୁଛି ଯେ, ଚରିତ ଏବଂ ପରିଣିତି ଖୁବ୍‌ ଶୀଘ୍ର ବିବାହ କରି ପାରନ୍ତି । ଦୀର୍ଘ ଦିନ ଧରି ପରସ୍ପରକୁ ଡେଟ୍‌ କରୁଥିବା ଏହି ପ୍ରେମୀଯୁଗଳ ନିଜ ସମ୍ପର୍କକୁ ଏକ ପାହାଚ ଆଗକୁ ବଢାଇବାକୁ ଚାହୁଁଛନ୍ତି । ପରିଣିତି ଏବଂ ଚରିତ ୨୦୧୬ରେ ଡ୍ରିମ ଟୁର କନସର୍ଟରେ ପରସ୍ପର ସହ ଭେଟ ହୋଇଥିଲେ । ଏହି ଟୁରରେ ପରିଣିତିଙ୍କ ସହ କ୍ୟାଟ୍ରିନା କୈଫ, ଆଲିଆ ଭଟ୍ଟ, ସିଦ୍ଧାର୍ଥ ମହ୍ଲୋତ୍ରା ଏବଂ ବରୁନ ଧବନ ମଧ୍ୟ ଉପସ୍ଥିତ ଥିଲେ । ତେବେ ଏହି ଟୁର ପରେ ଦୁହେଁ ପରସ୍ପରକୁ ଡେଟ କରିଥିଲେ ।

Leave A Reply

Your email address will not be published.