ବିବାହ ଆମନ୍ତ୍ରିତ ଅତିଥିଙ୍କୁ ଦୀପବୀରଙ୍କ ଉପହାର

0

ମୁମ୍ବାଇ, ୨୪/୧୧ : ବଲିଉଡର ଲୋକପ୍ରିୟ ଯୋଡି ରଣବୀର ସିଂହ ଓ ଦୀପିକା ପାଦୁକୋନ ଏବେ ଅଫିସିଆଲି ପରସ୍ପରର ହୋଇଯାଇଛନ୍ତି । ନଭେମ୍ବର ୧୪ ଏବଂ ୧୫ ତାରିଖରେ ଦୀପବୀର ଇଟାଲୀର ଲେକ କମୋଠାରେ କଙ୍କୋଣୀ ଏବଂ ସିନ୍ଧୀ ରିତି-ନୀତି ଅନୁଯାୟୀ ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି । ବିବାହ ପରେ ଏହି ଯୋଡି ଭାରତ ଫେରି ୨୧ ନଭେମ୍ବରରେ ଦୀପିକାଙ୍କ ହୋମ ଟାଉନ ବେଙ୍ଗାଲୁରଠାରେ ବିବାହର ପ୍ରଥମ ଗ୍ରାଣ୍ଡ ରିସେପସନ ପାର୍ଟିର ଆୟୋଜନ କରିଥିଲେ । ତେବେ ଦୀପବୀରଙ୍କ ବିବାହ ସହ ଯୋଡିତ ଆଉ ଏକ ଖବର ଏବେ ସାମ୍ନାକୁ ଆସିଛ । ସୁଣିବାକୁ ମିଳୁଛି କି, ତାଙ୍କ ବିବାହରେ ଉପସ୍ଥିତ ଥିବା ସମସ୍ତ ଅତିଥିଙ୍କୁ ସେମାନେ ଗୋଟିଏ ଗୋଟିଏ ସୁନ୍ଦର ଉପହାର ଦେଇଛନ୍ତି । ଦୀପବୀରଙ୍କ ବିବାହ ସମୟରେ ଉଠାଯାଇଥିବା ଏକ ସୁନ୍ଦର ଫୋଟର ସିଲଭର ପ୍ଲେଟେଡ ଫ୍ରେମ ବନାଇ ସମସ୍ତ ଅତିଥିଙ୍କୁ ଦିଆଯାଇଥିବା ଖବର ମିଳିଛି । ତେବେ ଏହି ଫଟୋ ଫ୍ରେମ ସହ ସେମାନେ ଏକ ଧନ୍ୟବାଦ ନୋଟ ମଧ୍ୟ ଦେଇଥିବା ଜଣା ପଡିଛ ।
ଦୀପବୀରଙ୍କ ବିବାହକୁ ଗୋପନୀୟ ରଖାଯାଇଥିଲା । ଯେଉଁଥିରେ ସେମାନଙ୍କ ପରିବାର ସମେତ କେବଳ ୩୦-୪୦ ଜଣ ଅତିଥି ଉପସ୍ଥିତ ଥିଲେ । ବିବାହରେ ମିଳିଥିବା ଏହି ପୁରଷ୍କାରକୁ କେତେକ ଅତିଥି ନିଜ ଇନଷ୍ଟାଗ୍ରାମ ଆକାଉଣ୍ଟରେ ସେୟାର ମଧ୍ୟ କରିଛନ୍ତି ।

Leave A Reply

Your email address will not be published.