ମୁମ୍ବାଇ, ୧୪/୧୧ : ମୁମ୍ବାଇରୁ ଲଣ୍ଡନ ଯାତ୍ରା କରୁଥିବା ଏୟାର ଇଣ୍ଡିଆ ବିମାନରେ ଜଣେ ବିଦେଶୀ ମହିଳା ମଦନିଶାରେ କୃମେମ୍ବରଙ୍କ ସହ ଅସଦାଚାରଣ କରିଥିବା ସୂଚନା ମିଳିଛି । ବିମାନଟି ଲଣ୍ଡନ ବିମାନ ବନ୍ଦରରେ ଅବତରଣ କରିବା ମାତ୍ରେ କୃମେମ୍ବର ଉକ୍ତ ମହିଳାଙ୍କ ବିରୋଧରେ ଅଭିଯୋଗ କରିଛନ୍ତି । ମହିଳା ଜଣଙ୍କୁ ତୁରନ୍ତ ଗିରଫ କରାଯାଇଥିବା ଜଣା ପଡିଛି । ଏୟାର ଇଣ୍ଡିଆର ଏକ ବିମାନ ନଭେମ୍ବର ୧୦ରେ ମୁମ୍ବାଇଠାରୁ ଲଣ୍ଡନ ଅଭିମୁଖେ ଉଡାଣ ଭରୁଥିଲା । ଏହି ସମୟରେ ବିମାନରେ ଉପସ୍ଥିତ ଜଣେ ବିଦେଶୀ ମହିଳା ଏବଂ କୃମେମ୍ବରଙ୍କ ମଧ୍ୟରେ ମଦ୍ୟପାନକୁ ନେଇ ପାଟିତୁଣ୍ଡ ହୋଇଥିଲା । ନିୟମ ଅନୁସାରେ ମହିଳା ଜଣଙ୍କୁ ମଦ ଦିଆଯାଇଥିଲା । କି;ୁ ସେ ବାରମ୍ବାର ଅତ୍ୟଧିକ ମଦ ମାଗୁଥିଲେ । ମନା କରିବାରୁ ମହିଳା ଜଣକ ଗାଳିଦେବା ଆରମ୍ଭ କରିଦେଇଥିଲେ । ତେବେ ଲଣ୍ଡନରେ ବିମାନ ଅବତରଣ କରିବା ପରେ ଏୟାର ଇଣ୍ଡିଆ ତରଫରୁ ଉକ୍ତ ମହିଳାଙ୍କ ବିରୋଧରେ ଅଭିଯୋଗ କରାଯାଇଥିଲା ।