ବିରୋଧ ନକଲେ ଡ୍ରୋନରେ ଆକ୍ରମଣ କରି ଆତଙ୍କବାଦୀଙ୍କୁ ନିପାତ କରି ଦେବ ସେନା : ସେନାଧ୍ୟକ୍ଷ

0

ଜମ୍ମୁ କାଶ୍ମୀର,୨୯/୧୧: ଜମ୍ମୁ କାଶ୍ମୀର ଓ ଏଲଓସି ପାର ଅଞ୍ଚଳରେ ଡେରା ପକାଇଥିବା ଆତଙ୍କବାଦୀ ଓ ଅନୁପ୍ରବେଶକାରୀଙ୍କୁ ନିପାତ କରିବାକୁ ଡ୍ରୋନରେ ଆକ୍ରମଣ କରିବାର ଆବଶ୍ୟକତା ରହିଛି । କେହି ବିରୋଧ ନକଲେ ଏଭଳି ଆକ୍ରମଣ ସମ୍ଭବ ବୋଲି ସେନାଧ୍ୟକ୍ଷ ଜେନେରାଲ ବିପିନ ରାୱତ କହିଛନ୍ତି। ଶତ୍ରୁଙ୍କୁ ନିପାତ କରିବାକୁ ଆମେରିକା ଭଳି ଭାରତ ଡ୍ରୋନ ଆକ୍ରମଣ କରିବ କି ପ୍ରଶ୍ନର ଉତ୍ତରରେ ଜେନେରାଲ ବିପିନ ରାୱତ କହିଛନ୍ତି, ଏଭଳି ଆକ୍ରମଣ କରିବାରେ କୌଣସି ସମସ୍ୟା ନାହିଁ । କିନ୍ତୁ ଏହି ଆକ୍ରମଣକୁ ନେଇ ସ୍ଥାନୀୟ ବାସିନ୍ଦା ଓ ଅନ୍ତରାଷ୍ଟୀୟ ସମୁଦାୟ ବିରୋଧ ନ କରିବା ଆବଶ୍ୟକ ।

ଡ୍ରୋନରୁ ଆକ୍ରମଣ କରିବା ପୂର୍ବରୁ ଇସ୍ରାଏଲ କିଭଳି ଏଭଳି ଅପରେସନ କରୁଛି ତାହା ଦେଖିବା ଆବଶ୍ୟକ ବୋଲି କହିଛନ୍ତି ସେନାଧ୍ୟକ୍ଷ । ଇସ୍ରାଏଲ ଡ୍ରୋନରେ ଆକ୍ରମଣ କରିବା ପୂର୍ବରୁ ସ୍ଥଳଭାଗରେ କିଛି ସେନା ଅଧିକାରୀ ରହିଥାନ୍ତି । ଯେଉଁମାନେ ଇଲେକଟ୍ରୋନିକ ଜ୍ଞାନକୌଶଳ ସହାୟତାରେ ଶତ୍ରୁପକ୍ଷର ପ୍ରତିଟି ଗତିବିଧି ଉପରେ ନଜର ରଖିବା ସହ ପ୍ରତିଟି ସୂଚନା ଦେଇଥାନ୍ତି । ସୂଚନା ଆଧାରରେ ପ୍ରଥମେ ଟାର୍ଗେଟକୁ ଚିହ୍ନଟ କରାଯାଇଥାଏ । ଆଉ ଏହାପରେ ଉଡାଣ ଆରମ୍ଭ କରିଥାଏ ଡ୍ରୋନ ଓ ଶତ୍ରୁପକ୍ଷ ଉପରେ ଟାର୍ଗେଟ କରିଥାଏ । ଏଭଳି ଜ୍ଞାନକୌଶଳ ସାହାଯ୍ୟରେ ଶତ୍ରୁପକ୍ଷଙ୍କ ଉପରେ ଆକ୍ରମଣ ଭାରତୀୟ ସେନା ପକ୍ଷେ ସମ୍ଭବ।

SBI AD
Leave A Reply

Your email address will not be published.