ଦୁନିଆରେ ଏମିତି ବହୁତ ପ୍ରକାରର ଜୀବ ଦେଖିବାକୁ ମିଳେ, ଯାହା ଲୋକମାନଙ୍କୁ ଆଶ୍ଚଯ୍ୟ କରିଦିଏ । ଏମିତି ଗୋଟିଏ ଆଶ୍ଚର୍ଯ୍ୟଜନକ ଜୀବ କାଲିଫର୍ଣ୍ଣିଆ ୟୁସି ସାନ୍ତା ବାରବରା ସମୁଦ୍ର କୂଳରେ ଦେଖିବାକୁ ମିଳିଥିଲା । ଏହି ଜୀବର ଲମ୍ବ ସାତ ଫୁଟ ,ଏବଂ ଓଜନ ଦୁଇ ହଜାର କିଲୋଗ୍ରାମ । ବତ୍ତର୍ମାନ ଏହି ଜୀବର ମୃତ ଦେହ ଅମେରିକାନ ରିୱିଏରା କୂଳରେ ଦେଖିବାକୁ ମିଳିଛି । ଏ ବିଶାଳକୟ ଜୀବକୁ ଦେଖି ଲାଗୁଥଇଲା ଏହା ଏକ ମାଛ ବୋଲି । ଅଧିକ ତର୍ଜମା ପାଇଁ ଗବେଷକମାନେ ଏହାର ଟିସୁ (ମାଂସ) ନମୁନା ନେଇଥିଲେ । କିଛି ଦିନର ପରୀକ୍ଷା ପରେ ଗବେଷକମାନେ ଏହି ବିଚିତ୍ର ଜୀବକୁ ଏକ ମାଛ ବୋଲି କହିଥିଲେ । ଗବେଷକମାନଙ୍କ ମତରେ ଏହି ଜୀବର ନାମ ହୁଡ଼ୱିଙ୍କର ସନ୍ଫିଶ୍ ଯାହା ଅତ୍ୟନ୍ତ ଦୁର୍ଲଭ ସମୁଦ୍ରିକ ମାଛ । ଗବେଶକଙ୍କ ଦ୍ୱାରା ୨୦୧୪ ମସିହାରେ ଏହି ସାମୁଦ୍ରିକ ମାଛର ସନ୍ଧାନ ଚାଲିଥଇଲା । ୨ ବର୍ଷ ପୂର୍ବରୁ ଏହି ମାଛ ନୁ୍ୟଜିଲ୍ୟାଣ୍ଡରେ ଦେଖାଯାଇଥିଲା । ଏହି ମାଛର ନାମ ହୁଡ଼ୱିଙ୍କର ରଖାଯାଇଥିଲା କାରଣ ଏହି ମାଛ ପାଖରେ ଦୀର୍ଘ ଦିନ ଧରି ଲୁଚି ରହିବାର ଅସାଧାରଣ କ୍ଷମତା ଥିଲା । ଏବେ ବୈଜ୍ଞାନୀକମାନ ମନରେ ବଡ଼ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି ଯେ ଏହି ବିଶାଳକାୟ ମାଛ ସମୁଦ୍ରରେ ତା’ ଘର ଛାଡ଼ି ସ୍ଥଳଭାଗକୁ କେମିତି ଆସିଲା?