ବିଶ୍ୱର ୧୦୦ ପ୍ରଭାବଶାଳୀ ବ୍ୟକ୍ତିତ୍ୱ ତାଲିକାରେ ୩ ଭାରତୀୟ

0

ନ୍ୟୁୟର୍କ,୧୮/୪: ଟାଇମ ପତ୍ରିକା ପକ୍ଷରୁ ଚଳିତ ବର୍ଷର ବିଶ୍ୱର ୧୦୦ ପ୍ରଭାବଶାଳୀ ବ୍ୟକ୍ତିଙ୍କର ଏକ ତାଲିକା ପ୍ରକାଶ କରିଛି। ଏଥିରେ ୩ ଭାରତୀୟ ସାମିଲ ହୋଇଛନ୍ତି। ସେମାନେ ହେଲେ ରିଲାଏନ୍ସ ଇଣ୍ଡଷ୍ଟ୍ରିଜ ଅଧ୍ୟକ୍ଷ ମୁକେଶ ଅମ୍ବାନୀ, ଭାରତରେ ଏଲଝିବିଟିକ୍ୟୁଙ୍କ ଅଧିକାର ଲାଗି ଲଡିଥିବା ଓକିଲ ଅରୁନ୍ଧତି କାଟ୍‌ଜୁ ଓ ମେନକା ଗୁରୁସ୍ବାମୀ ପ୍ରମୁଖ। ଏହି ତାଲିକାରେ ଶୀର୍ଷ ନେତା, କଳାକାର, ଶୀର୍ଷ ବ୍ୟକ୍ତିତ୍ୱଙ୍କୁ ସାମିଲ କରାଯାଇଛି। ଏନ୍‌ଆରଆଇ ତଥା କମେଡିଆନ ହସନ ମିନହାଜ, ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ, ପୋପ୍‌ ଫ୍ରାନ୍ସିସ୍‌, ଚାଇନା ରାଷ୍ଟ୍ରପତି ସି.ଜିନପିଙ୍ଗ, ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ, ଗଲ୍ଫ ଖେଳାଳି ଟାଇଗର ଉଡ଼ସ୍‌ ଓ ଫେସବୁକ ପ୍ରତିଷ୍ଠାତା ମାର୍କ ଜୁକରବର୍ଗ ତାଲିକାରେ ସାମିଲ ହୋଇଛନ୍ତି।

SBI AD
Leave A Reply

Your email address will not be published.