ମେରଠ, ୨୮/୧୨ : ଉତ୍ତର-ପ୍ରଦେଶର ବହୁ ଚର୍ଚ୍ଚିତ ବୁଲନ୍ଦ ଶହର ହିଂସା ମାମଲାରେ ୟୁପି ପୋଲିସକୁ ବଡ ଧରଣର ସଫଳତା ମିଳିଛି । ଘଟଣାର ମୁଖ୍ୟ ଅଭିଯୁକ୍ତ ପ୍ରଶାନ୍ତ ନଟକୁ ପୋଲିସ ଗୁରୁବାର ମଧ୍ୟରାତ୍ରିରେ ଗିରଫ କରିଛି । ପୋଲିସ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ପ୍ରଶାନ୍ତ ନଟ ଇନ୍ସପେକଫର ସୁବୋଧ କୁମାର ସିଂହଙ୍କୁ ଗୁଳି କରି ହତ୍ୟା କରିଥିଲା । ଏହି ମାମଲାରେ ଅନେକ ଲୋକଙ୍କୁ ଗିରଫ କରାଯାଇଥିଲେ ମଧ୍ୟ ଘଟଣାର ମୁଖ୍ୟ ଅଭିଯୁକ୍ତ ପୋଲିସ ପrାରୁ ମୁକୁଳିଯାଇଥିଲା । ତେବେ ଘଟଣାର ଅନ୍ୟ ଅଭିଯୁକ୍ତଙ୍କୁ ଜେରା କରିବା ପରେ ପ୍ରଶାନ୍ତ ନଟ ସମ୍ପର୍କରେ ପୋଲିସକୁ ସୁଚନା ମିଳିଥିଲା । ସୂଚନା ପାଇ ପୋଲିସ ପକ୍ଷରୁ ପଶ୍ଚିମ ଉତ୍ତର ପ୍ରଦେଶର ଅନେକ ଜିଲ୍ଲାରେ ସର୍ଚ୍ଚ ଅପରେଶନ ଜାରି କରାଯାଇଥିଲା । ପାଖା ପାଖି ୨୫ ଦିନ ପରେ ପୋଲିସ ପ୍ରଶାନ୍ତ ନଟକୁ ଗିରଫ କରିବାରେ ସଫଳ ହୋଇଥିଲା । ପ୍ରଶାନ୍ତ ନଟ ଉତ୍ତର ପ୍ରଦେଶର ଏକ ଟେକ୍ସି ଚାଳକ ବୋଲି ପୋଲିସ ପକ୍ଷରୁ ସୂଚନା ମିଳିଛି । ପ୍ରଶାନ୍ତ ନଟର ଗିରଫର ଏକ ଭିଡିଓ ମଧ୍ୟ ରିଲିଜ କରାଯାଇଛି, ଯେଉଁଥିରେ ଇନ୍ସପେକଫର ସୁବୋଧ ସିଂହଙ୍କ ସହ ସେ ଝଗଡା କରୁଥିବା ନଜର ଆସିଛି ।